Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଅନ୍ତର୍ଜାତୀୟ ମହିଳା ଦିବସ: କ୍ରୀଡାଠୁ ନେଇ ସାମାଜିକ ସେବା, ‘ଓ୍ଵିମେନ ଆଚିଭରସ୍ ଅଫ ଓଡିଶା’ରେ ସମ୍ବର୍ଦ୍ଧିତ ହେଲେ ୧୪ ସଫଳ ମହିଳା

8/03/2021 at 9:07 AM

ଭୁବନେଶ୍ଵର ୦୮।୦୩: ଦୈନିକ ସମ୍ବାଦପତ୍ର ପ୍ରମେୟ, ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍-୭ ଓ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେଶନ ଅଫ ଏନସିଏଣ୍ଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଉତ୍ସବ ‘ଓ୍ଵିମେନ ଆଚିଭରସ୍‌ ଅଫ ଓଡିଶା'(ଓ୍ଵାଓ) କାର୍ଯ୍ୟକ୍ରମ ଆୟୋଜିତ  ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୪ ଜଣ ସାହାସୀ ଓ ସଫଳ ଓଡିଆ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୬୪ ଜଣଙ୍କ ନାମ ନୋମିନେସନରେ ରହିଥିବା ବେଳେ ୧୪ ଜଣଙ୍କୁ ଚୟନ କରାଯାଇଛି।

ଏଥିରେ ଅଛନ୍ତି ସମାଜସେବା କ୍ଷେତ୍ରରେ ବଲାଙ୍ଗୀରର ମାନସୀ ବରିହା

ଅଭିନୟ କ୍ଷେତ୍ରରେ ବଲାଙ୍ଗୀରର ସ୍ଵାଗତିକା କୁଅଁର

କ୍ରୀଡା କ୍ଷେତ୍ରରେ ଗଞ୍ଜାମର ପ୍ରମିଳା କ୍ରିଷାନି

ଶିକ୍ଷା କ୍ଷେତ୍ରରେ ଡାକ୍ତର ଦେବସ୍ମିତା ସାହୁ, କୃଷି ଗବେଷଣା କ୍ଷେତ୍ରରେ ଡ. ସୁଶମା  ସୁଧଶ୍ରୀ, ସାହିତ୍ୟ କ୍ଷେତ୍ରରେ ଶ୍ରୀମତି ବସିରନ ବିବି

ଉଦ୍ୟୋଗ କ୍ଷେତ୍ରରେ ଶ୍ରୀମତି ହିମାନୀ ସାହୁ, ପାରା ଆଥଲେଟ୍ ଶ୍ରୀମତୀ  ଜୟନ୍ତି ବେହେରା ।

ଲୋକ ପାଇଲଟ୍ ଶ୍ରୀମତି ମମତା ସାହୁ, ସାପ ଉଦ୍ଧାରକାରିଣୀ ଶ୍ରୀମତି ସିଲ୍କା ସେଲୋନୀ ।

ସଙ୍ଗୀତ କ୍ଷେତ୍ରରେ କୁମାରୀ ଅନୁରାଧା ପାଣିଗ୍ରାହୀ, ନୃତ୍ୟ କ୍ଷେତ୍ରରେ ଏସ୍. ସ୍ଵୟଂପ୍ରଭା ।

ଫ୍ୟାସନ କ୍ଷେତ୍ରରେ ଶ୍ରୀମତୀ ରିତାରାଣୀ ଜାନି ଏବଂ କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ଶ୍ରୀମତି ଉଷା ପୁରୋହିତଙ୍କୁ ଓ୍ଵାଓ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।

ଏହି ସମ୍ମାନିତ ମହିଳାଙ୍କ ଚୟନ ୪ ଜଣିଆ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀର ସଦସ୍ୟ ଚୟନ କରିଥିଲେ। ଏହି ଚାରି ଜଣ ବିଚାରକ ହେଉଛନ୍ତି ଲେଖିକା ଡ. ଭାଗ୍ୟଲିପି ମଲ୍ଲ, ଗାୟିକା ଓ ଲେଖିକା ଶ୍ରୀମତୀ ଛନ୍ଦା ମିଶ୍ର, ଗାୟିକା ଶ୍ରୀମତୀ ସୁସ୍ମିତା ଦାଶ ଓ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ।

ଯେତେବେଳେ ଆମେ ଚୟନ ଆରମ୍ଭ କରିଥିଲୁ, ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲୁ ଯେ ଓଡିଶାରେ ମହିଳାମାନେ ଏତେ ସଂଖ୍ୟା ଉଚ୍ଚକୋଟରୀର କାର୍ଯ୍ୟ କରିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଚୟନ କରିବାକୁ ପଡିଲା ବୋଲି ଡ.ମଲ୍ଲ କହିଛନ୍ତି।

   Related Posts