Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ

3/03/2021 at 8:01 AM

ଭୁବନେଶ୍ୱର,୦୩/ ୦୩: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ପ୍ରମେୟ, ‘ନ୍ୟୁଜ୍‌-୭’ ଓ ‘ପ୍ରାଚୀନ’(ସୋଆ) ତରଫରୁ ମିଳିତ ଭାବେ ଆୟୋଜିତ ହେଉଛି ‘ଓମେନ୍‌ ଆଚିଭର୍ସ ଅଫ୍‌ ଓଡ଼ିଶା(ୱାଓ)-୨୦୨୧’ପୁରସ୍କାର ସମାରୋହର ପ୍ରଥମ ସଂସ୍କରଣ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରିଥିବା ବିଚକ୍ଷଣ ମହିଳାମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ । ପ୍ରଥମ ଥର ପାଇଁ ସେମାନଙ୍କୁ ‘ୱାଓ-୨୦୨୧’ ପୁରସ୍କାରରେ ପୁରସ୍କୃତ କରାଯିବ । ଆସନ୍ତା ମାର୍ଚ୍ଚ ୫ ତାରିଖରେ ଜୟଦେବ ବିହାର ସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମ ଠାରେ ପୂର୍ବାହ୍ନ ୧୧ଟା ସମୟରେ ଏହି ଉତ୍ସବ ଉଦ୍‌ଘାଟିତ ହେବ । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରତିଭାମାନଙ୍କୁ ଉତ୍ସାହିତ କରିବେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ଓ ପ୍ରସାରଣ ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ‘ପ୍ରମେୟ’ଓ ‘ନ୍ୟୁଜ୍‌-୭’ଏବଂ ଏହାର ଓଡ଼ିଆ ଓ ଇଂରାଜୀ ପୋର୍ଟାଲ୍‌ ମାଧ୍ୟମରେ କରାଯିବ।

 ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଜିଲ୍ଲାର ସଫଳ ମହିଳାମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ୬୪ ଜଣ ପ୍ରତିଭାଙ୍କୁ ମନୋନୀତ କରାଯାଇଥିଲା । ଆଜି ବିଚାରକମାନଙ୍କ ବୈଠକ ବସି ଉକ୍ତ ପ୍ରତିଭାସମ୍ପନ୍ନ ମହିଳାଙ୍କ ମଧ୍ୟରୁ ଶ୍ରେଷ୍ଠ ୧୫ଜଣଙ୍କୁ ମନୋନୀତ କରାଯାଇଛି । ବିଚାରକଙ୍କ ବିଚାରରେ ଯେଉଁମାନେ ଶ୍ରେଷ୍ଠ ହୋଇଛନ୍ତି ସେମାନଙ୍କ ନାମ ୫ ତାରିଖ ଦିନ ଉତ୍ସବ ସ୍ଥଳରେ ଘୋଷଣା କରାଯିବ । ସେହିଠାରେ ସମସ୍ତଙ୍କୁ ପୁରସ୍କୃତ କରାଯିବ । ଅନ୍ୟ ସମସ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ବିଚାରକ ମାନଙ୍କ ପକ୍ଷରୁ ପ୍ରଥମ ଥର ଗତ ଫେବ୍ରୁଆରୀ ୨୭ ତାରିଖ ବୈଠକ ବସିଥିଲା । ସେଥିରେ ଶ୍ରେଷ୍ଠ ପ୍ରତିଭା ମନୋନୟନ ଲାଗି ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଥିଲା । ଆଜି ଦ୍ୱିତୀୟ ର୍ପ୍ୟାୟ ବୈଠକରେ ଶ୍ରେଷ୍ଠ ପ୍ରତିଭାମାନଙ୍କୁ ଚୟନ କରାଯାଇଛି । ପୁରସ୍କାର ବିଚାରକ ମଣ୍ଡଳୀରେ ସୁଲେଖିକା ଡ. ଭାଗ୍ୟଲିପି ମଲ୍ଲ, ଗାୟିକା ଓ ସୁଲେଖିକା ଛନ୍ଦା ମିଶ୍ର, ଗାୟିକା ସୁସ୍ମିତା ଦାସ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିସ୍ତି ରହିଛନ୍ତି । ଯେଉଁମାନେ ପ୍ରତିଭାମାନଙ୍କୁ ମନୋନୀତ କରିଛନ୍ତି ।

ଏହି ଉତ୍ସବରେ ପୁରସ୍କାର ଓ ସମ୍ବର୍ଦ୍ଧନା ସାଙ୍ଗକୁ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ମହିଳାମାନଙ୍କୁ ନେଇ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହାର ବିଷୟବସ୍ତୁ ରହିଛି³ ‘କୋଭିଡ୍‌ ସମୟରେ ଓଡ଼ିଶାରେ ମହିଳାଙ୍କ ଭୂମିକା’ । ଏହା ଉପରେ ବକ୍ତବ୍ୟ ରଖିବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ବିଦୁଷୀ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, କରାଟେ କ୍ରୀଡ଼ାବିତ୍‌ ଭାଲେନା ଭାଲେଣ୍ଟିନା, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସାମାଜିକ କର୍ମୀ ଡ. ଶ୍ରୁତି ମହାପାତ୍ର ଓ ‘ପ୍ରାଚୀନ’ ର ମୁଖ୍ୟ ତଥା ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା ।

ଉତ୍ସବ ନେଇ ଗତ ଫେବ୍ରୁଆରୀ ୨୩ ତାରିଖରେ ସୋଆ ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ‘ଓମେନ୍‌ ଆଚିଭର୍ସ ଅଫ୍‌ ଓଡ଼ିଶା(ୱାଓ)-୨୦୨୧’ର ଲୋଗୋ ଉନ୍ମୋଚନ ହୋଇଥିଲା । ଏଥିରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର, ସୁମା ରିୟଲ ମିଡିଆର ସିଇଓ ସୁନୀଲ ଦାସ, ସୁମା ରିୟଲ ମିଡିଆର ସେଲ୍ସ ଆଣ୍ଡ୍‌ ମାର୍କେଟିଂ ଡାଇରେକ୍ଟର୍‌ ହିମାଂଶୁ ହୋତା, ‘ନ୍ୟୁଜ୍‌-୭’ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ, ‘ପ୍ରାଚୀନ’ର ମୁଖ୍ୟ ତଥା ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପ୍ରତିବର୍ଷ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବ । ସୋଆ ଓ ସୁମା ରିୟଲ ମିଡିଆର ସମସ୍ତ ବିଭାଗର ସକ୍ରିୟ ସହଯୋଗରେ ଏହି ଉତ୍ସବର ଆୟୋଜନ ହେଉଛି ।

   Related Posts