Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା

5/03/2021 at 8:25 AM

ଭୁବନେଶ୍ୱର,୦୫/୦୩: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ‘ପ୍ରମେୟ’, ‘ନ୍ୟୁଜ୍‌-୭’ ଓ ‘ପ୍ରାଚୀନ’(ସୋଆ) ତରଫରୁ ମିଳିତ ଭାବେ ଆୟୋଜିତ ହେଉଛି ‘ଓମେନ୍‌ ଆଚିଭର୍ସ ଅଫ୍‌ ଓଡ଼ିଶା(ୱାଓ)-୨୦୨୧’ ପୁରସ୍କାର ସମାରୋହର ପ୍ରଥମ ସଂସ୍କରଣ। ଜୟଦେବ ବିହାର ସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମ ଠାରେ ପୂର୍ବାହ୍ନ ୧୧ଟା ସମୟରେ ଏହି ଉତ୍ସବ ଉଦ୍‌ଘାଟିତ ହେବ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରିଥିବା ପ୍ରତିଭାଦୀପ୍ତ ମହିଳାମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ ।

ପ୍ରଥମ ଥର ପାଇଁ ସେମାନଙ୍କୁ ‘ୱାଓ-୨୦୨୧’ ପୁରସ୍କାରରେ ପୁରସ୍କୃତ କରାଯିବ । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରତିଭାମାନଙ୍କୁ ଉତ୍ସାହିତ କରିବେ । ଆସନ୍ତା ୮ ତାରିଖ ମହିଳା ଦିବସରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ଏବଂ ଏହାର ଓଡ଼ିଆ ଓ ଇଂରାଜୀ ପୋର୍ଟାଲ୍‌ ମାଧ୍ୟମରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ।

ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଜିଲ୍ଲାର ସଫଳ ମହିଳାମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ୬୪ ଜଣ ପ୍ରତିଭାଙ୍କୁ ମନୋନୀତ କରାଯାଇଥିଲା । ପରେ ବିଚାରକମାନଙ୍କ ବୈଠକ ବସି ଶ୍ରେଷ୍ଠ-୧୪ ପ୍ରତିଭାଙ୍କୁ ମନୋନୀତ କରିଛନ୍ତି। ସେମାନଙ୍କ ନାମ ଉତ୍ସବ ସ୍ଥଳରେ ଘୋଷଣା କରାଯାଇ ସେହିଠାରେ ସମସ୍ତଙ୍କୁ ପୁରସ୍କୃତ କରାଯିବ। ବାକି ଅନ୍ୟ ସମସ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ପୁରସ୍କାର ବିଚାରକ ମଣ୍ଡଳୀରେ ସୁଲେଖିକା ଡ. ଭାଗ୍ୟଲିପି ମଲ୍ଲ, ଗାୟିକା ଓ ସୁଲେଖିକା ଛନ୍ଦା ମିଶ୍ର, ଗାୟିକା ସୁସ୍ମିତା ଦାସ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିସ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରତିଭାମାନଙ୍କୁ ମନୋନୀତ କରିଥିଲେ ।

ଏହି ଉତ୍ସବରେ ପୁରସ୍କାର ଓ ସମ୍ବର୍ଦ୍ଧନା ସାଙ୍ଗକୁ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ମହିଳାମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହାର ବିଷୟବସ୍ତୁ ରହିଛି ‘କୋଭିଡ୍‌ ସମୟରେ ଓଡ଼ିଶାରେ ମହିଳାଙ୍କ ଭୂମିକା’। ଏହା ଉପରେ ବକ୍ତବ୍ୟ ରଖିବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ବିଦୁଷୀ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, କରାଟେ କ୍ର୍ରୀଡ଼ାବିତ୍‌ ଭାଲେନା ଭାଲେଣ୍ଟିନା, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସାମାଜିକ କର୍ମୀ ଡ. ଶ୍ରୁତି ମହାପାତ୍ର ଓ ‘ପ୍ରାଚୀନ’ର ମୁଖ୍ୟ ତଥା ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା ।

ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପ୍ରତିବର୍ଷ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବ । ସୋଆ ଓ ସୁମା ରିୟଲ ମିଡିଆର ସମସ୍ତ ବିଭାଗର ସକ୍ରିୟ ସହଯୋଗରେ ଏହି ଉତ୍ସବର ଆୟୋଜନ ହେଉଛି।

   Related Posts