ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର ପ୍ରସ୍ତାବ : 9pm Discussion (21.11.2018)
Published By : Prameya-News7 Bureau | November 21, 2018 IST
ଆଜିର ବିତର୍କ - ୩୩% ସମ୍ଭବ କି ?
ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୌର ପରିଷଦରେ ୩୩ ଭାଗ ସ୍ଥାନ ସଂରକ୍ଷଣର ପରମ୍ପରା ଓଡିଶାରେ ଆରମ୍ଭ କରିଥିଲେ ବିଜୁବାବୁ। ପରେ ନବୀନ ବାପାଙ୍କ ରାସ୍ତାରେ ଆଉ ପାଦେ ଆଗେଇ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ପଞ୍ଚାୟତ ସ୍ତରରେ । ଆଉ ଏବେ ନବୀନ ବିଧାନସଭାରେ ପୁଣି ଏକ ସଂକଳ୍ପ ପାରିତ କରାଇଛନ୍ତି ବିଧାନସଭା ଓ ଲୋକସଭା କ୍ଷେତ୍ରରେ ମହିଳାଙ୍କ ପାଇଁ ସଂରକ୍ଷଣରେ। କିନ୍ତୁ ଯେତେବେଳେ ଏ ନେଇ ସମ୍ୱିଧାନ ସଂଶୋଧନ ଲୋଡ଼ା ,ନବୀନ କେବଳ ଏ ସମୟରେ ଏ ସଂକଳ୍ପ ଆଣି ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳୁଛନ୍ତି ବୋଲି କହିଲେଣି ବିରୋଧୀ। ବଡ଼ ପ୍ରଶ୍ନ ପ୍ରକୃତରେ ମହିଳାଙ୍କ ରାଜନୈତିକ ଅଭ୍ଯୁଦୟ ପାଇଁ ସବୁ ଦଳର ଆନ୍ତରିକତା ଅଛି ତ । ମହିଳା ରାଜନୀତିରେ ସଶକ୍ତ ହେବେ ତ ।