Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗହମ କାଟିବାକୁ ଯାଇଥିବା ମହିଳାଙ୍କୁ ହତ୍ୟା : ଗହମ କ୍ଷେତରେ ଉଲଗ୍ନ ଅବସ୍ଥାରେ ମିଳିଲା ଶବ

20/04/2019 at 10:32 AM

ସମ୍ଭଲ ୨୦/୪: ଉତ୍ତରପ୍ରଦେଶର ସମ୍ଭଲରେ ନିଜ କ୍ଷେତକୁ ଗହମ କାଟିବାକୁ ଯାଇଥିବା ମହିଳାଙ୍କୁ ହତ୍ୟା କରି ଦିଆଯାଇଛି। ମହିଳାଙ୍କ ଶବ ଅସମୋଲି ଥାନାରୁ ୨୦୦ମିଟର ଦୂରରେ ଥିବା ଏକ ଗହମ କ୍ଷେତରେ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଶବ ମିଳିବାର ସୂଚନା ପାଇ ପୋଲିସ୍ ଏବଂ ଫରେନସିକ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଫରେନସିକ ବିଭାଗ ଘଟଣାସ୍ଥଳକୁ ନିରୀକ୍ଷଣ କରି ସାକ୍ଷୀଙ୍କୁ ଅଟକ ରଖି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

ସୂଚନାଯୋଗ୍ୟ ଯେ,ଏହି ଘଟଣାଟି ହେଉଛି ସମ୍ଭଲର ଅସମୋଲି ଥାନା ଅଞ୍ଚଳର ଅସମୋଲି ଗାଁର। ଅସମୋଲି ଗାଁ ବାସିନ୍ଦା ବୀର ସିଂହ ଓରଫ ଜୟ ପ୍ରକାଶଙ୍କ ପତ୍ନୀ କୁସୁମ(୪୫)ଗୁରୁବାର ଦ୍ବିପ୍ରହର ୩ଟାବେଳେ ଅସମୋଲି ଭବନରୁ ୧୫ମିଟର ଦୂର ନିଜ କ୍ଷେତକୁ ଗହମ ଫସଲ କାଟିବାକୁ ଆସିଥିଲେ। କୁସୁମଙ୍କ ସହ ଦେଢ଼ଶୁରଙ୍କ ପୁଅ ପୁଷ୍କର ମଧ୍ୟ ଥିଲେ। ବିଳମ୍ବିତ ରାତି ଯାଏଁ କୁସୁମ ଘରେ ପହଞ୍ଚି ନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇଥିଲେ। ସ୍ବାମୀ ଏବଂ ଅନ୍ୟାନ୍ୟ ଲୋକେ କୁସୁମଙ୍କୁ ଖୋଜିବା ପାଇଁ କ୍ଷେତକୁ ଯାଇଥିଲେ ଏବଂ ସେଠାରେ ଯାହା ଦେଖିଥିଲେ ସେଥିରେ ତାଙ୍କ ପାଟିରୁ ଚିତ୍କାର ବାହାରିଥିଲା।

କୁସୁମଙ୍କ ଶବ ଉଲଗ୍ନ ଅବସ୍ଥାରେ କ୍ଷେତରେ ପଡ଼ିଥିଲା। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ଲାଗୁଥିଲା ତାଙ୍କ ମୁଣ୍ଡକୁ ଆଘାତ କରି ହତ୍ୟା କରାଯାଇଛି। ବିଳମ୍ବିତ ରାତି ୧୧ଟାବେଳେ ମହିଳାଙ୍କ ଶବକୁ ସିଲ୍ କରିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମହିଳା ତାଙ୍କ ଗାଁର ସରକାରୀ ସ୍କୁଲରେ ପାଚିକାର କାମ କରୁଥିଲେ। ଏନେଇ ପୋଲିସ୍ ତଦନ୍ତ ଜାରି ରଖିଛି।    

   Related Posts