କଳାହାଣ୍ଡି ୨୬/୬: କଳାହାଣ୍ଡିରୁ ବନ୍ଦ କୋଠରିରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। କୋକସରା ବ୍ଳକ ମାଝିଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ଶବ ବନ୍ଦ କୋଠରି ମଧ୍ୟରୁ ପୋଲିସ ଉଦ୍ଧାର କରିଛି।
ମହୁଳମୁଣ୍ଡା ଗ୍ରାମର ସ୍ବାମୀ ପରିତ୍ୟକ୍ତ ସଂଧ୍ୟା ଦୁଣ୍ଡକିଆ (୪୦) ମାଙ୍କ ମୃତ୍ୟୁ ପରେ ଏକୁଟିଆ ରହୁଥିଲେ । ତେବେ ଆଜି ଘର ଭିତର ପଟୁ କବାଟ ବନ୍ଦ ଥାଇ ଘରେ ଶାଢିରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ କୋକସରା ପୋଲିସ ଶବ ଉଦ୍ଧାର କରି ବ୍ୟବଛ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।