Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଟିତଳୁ ମହିଳାଙ୍କ ଅଧା ଶରୀର ଓ ୨ଟି ପିଲାଙ୍କର ମୃତ ଦେହ ଉଦ୍ଧାର-ହତ୍ୟା ସନ୍ଦେହ

ଭୁବନେଶ୍ୱର /ଦେବଗଡ -୯।୧୧ – ମାଟି ତଳୁ ମିଳିଲା ତିନି ତିନୋଟି ମୃତଦେହ । ଦୁଇଟି ଶିଶୁ ଓ ଜଣେ ମହିଳାଙ୍କର ମୃତ ଶରୀର ଉଦ୍ଧାର। ମହିଳାଙ୍କ ଅଣ୍ଟାରୁ ଉପର ଅଂଶ ନଥିବା ବେଳେ କେହି ଏମାନଙ୍କୁ ହତ୍ୟା କରି ପୋତିଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ଆରମ୍ଭ କରିଛି ତଦନ୍ତ । ଘଟଣା ଘଟିଛି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗାଁ ଜଙ୍ଗଲରେ ।

ମାଟିତଳୁ ମିଳିଥିବା ମୃତଦେହ କାହାର । କିଏ ଏମାନଙ୍କୁ ଆଣି ଏହି ଜଙ୍ଗଲ ମଧ୍ୟରେ ପୋତି ଦେଇଛି । ଏମାନଙ୍କୁ ହତ୍ୟା କରିବା ପରେ କେହି ଏଠାରେ ପୋତି ଚାଲିଯାଇନାହିଁ ତ । ଆଳୁ ଖୋଳୁ ଖୋଳୁ  ମହାଦେବ ବାହାରିବା ଭଳି ପ୍ରଥମେ ଏଠାରେ ଗୋଟିଏ ଗୋଡ ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲା । ତାହା ପୁଣି ଜଣେ ମହିଳାଙ୍କର ବୋଲି ଜଣା ପଡିଥିଲା । କାରଣ ଏହି ଗୋଡରେ ଲାଗିଥିଲା ଏକ ପାଉଁଜି । ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହ ଗ୍ରାମ ପଞ୍ଚାୟତର ବାଲିରୋଇ ଠାରୁ ଜାମୁଝରୀ ଯାଇଥିବା ରାସ୍ତା କଡରେ ଥିବା ଜଙ୍ଗଲ ଭିତରେ ପ୍ରଥମେ ସ୍ଥାନୀୟ ଲୋକେ ଏହି ଗୋଡକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଗୋଡକୁ ବାହାର କରିବା ସମୟରେ ତାଭିତରୁ ଆଉ ଦୁଇଟି ଶିଶୁଙ୍କର ପଚା ମ଼ତ ଦେହ ବାହାରିଥିଲା । ଗୋଡକୁ ଗାତ ଭିତରୁ ବାହାର କରିବା ପରେ ମହିଳାଙ୍କର ଅଣ୍ଟାରୁ ଉପର ଅଶଂ ନଥିବା ପୋଲିସ ଜାଣିବାକୁ ପାଇଥିଲା ।

 ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ସମ୍ବଲପୁରରୁ ଡଗ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଆଖପାଖ ଅଞ୍ଚଳକୁ ତନ୍ନ ତନ୍ନ କରି ପରିକ୍ଷା କରିଛନ୍ତି । ମହିଳାଙ୍କ ପାଦରେ ଲାଗିଥିବା ପାଉଁଜିରୁ ତାର ଗଢା କାରୀଗରର ନମୁନା କୁ ଉଦ୍ଧାର କରି ମହିଳାଙ୍କ ପରିଚୟ ବାହାର କରିବାକୁ ଉଦ୍ୟମ କରାଯାଉଛି । ତେବେ ମାଟିତଳେ ପୋତା ହୋଇଥିବା ଦୁଇ ଶିଶୁ ଝିଅ ପୋଷାକ ପିନ୍ଧିଥିବାରୁ ଏମାନେ ଶିଶୁକନ୍ୟା ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଯାଣିବାକୁ ପାଇଛି ।

ତେବେ କିଏ ଏମାନେ । ଏମାନଙ୍କୁ ଜଙ୍ଗଲ ଭିତରେ କେହି ହତ୍ୟା କରି ଏଠାରେ ପୋତିଦେଇ ଚାଲିଯାଇଛି ନା ବାହାରେ ହତ୍ୟା କରି ଏମାନଙ୍କୁ ଏଠାକୁ ଆଣି ପୋତାଯାଇଛି । ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଦେବଗଡ ପୋଲିସ । ମୃତଦେହ ଗୁଡିକ ବ୍ୟବସ୍ଥେଦ ପାଇଁ ବୁର୍ଲା ମେଡିକାଲକୁ ପଠାଇ ଦିଆଯାଇଛି । ସେପଟେ ଆଖପାଖ ଗାଁରେ କେହି ମହିଳା ଓ ଶିଶୁ ନିଖୋଜ ରହିଥିବା ଖବରକୁ ସଂଗ୍ରହ କରିବାରେ ଲାଗିଛି । ମ଼କଙ୍କ ପରିଚୟ ମିଳିବା ପରେ ଏହା ଏକ ହତ୍ୟା ଘଟଣା ନା ଆଉ କିଛି ରହସ୍ୟ ଏହା ଭିତରେ ରହିଛି ତାହା ସ୍ପଷ୍ଟ ହେବ ।

669 Views

   ସମ୍ବନ୍ଧିତ ଖବର