ଟ୍ରେନରେ କଟି ମହିଳା ମୃତ : ପରିଚୟ ଅସ୍ପଷ୍ଟ

Published By : Prameya-News7 Bureau | January 23, 2020 IST

ଖୋର୍ଦ୍ଧା ୨୩/୧: ବେଗୁନିଆ ବ୍ଲକ ବାଘମାରୀ ଅଟ୍ରିଠାରେ ଟ୍ରେନରେ କଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ଟ୍ରେନ ଲାଇନ ଉପରେ ଯାଉଥିବା ସମୟରେ ହଠାତ ଟ୍ରେନ ଆସି ମହିଳାଙ୍କୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ଏ ପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନାହିଁ।ବାଘମାରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.