ପାଇଖାନା ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର : ମାରି ଟାଙ୍ଗି ଦେଇଥିବା ଅଭିଯୋଗ

Published By : Prameya-News7 Bureau | December 23, 2019 IST

ସୁବର୍ଣ୍ଣପୁର ୨୩/୧୨: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କୁକିଆ ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ହେଲେ ୨୨ବର୍ଷ ବୟସ୍କା ପ୍ରିୟବତୀ ମହାଲିଙ୍ଗ   । ମୃତ ପ୍ରିୟବତୀଙ୍କ ବାପା ବନମାଳୀ ମହାଲିଙ୍ଗ ଝିଅକୁ ନିର୍ଯାତନା ଦେଇ ମାରିଦେଇଥିବା ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି  ।

{"id":201350,"sizeSlug":"large"}

୪ବର୍ଷ ତଳେ ସେହି ଗାଁର ବାବୁଲି ତରିଆଙ୍କ ସହ ପ୍ରିୟବତୀଙ୍କ ବିବାହ ହୋଇଥିଲା  । ଆଜି ପରିବାରଲୋକେ ଘର ପାଇଖାନାରୁ ପ୍ରିୟବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ  । ପାଇଖାନା ଭିତରେ ଶାଢୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସଫେଇ ଦେଇଛନ୍ତି  । କିନ୍ତୁ ମୃତ ପ୍ରିୟବତୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପ୍ରିୟବତୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି  । ଘଟଣାସ୍ଥଳରେ ବୀରମହାରାଜପୁର ଏସ୍‌.ଡି.ପି.ଓ ,ଉଲୁଣ୍ଡା ଆଇ.ଆଇ.ସି ଏବଂ ମାଜିଷ୍ଟ୍ରେଟ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  ।

{"id":201351,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.