Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ପୁଣି ପୋଲିସ୍‌ ବାବୁଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ: ‘ତାଙ୍କର ଏକା ଜିଦ୍‌ ସୋସିଆଲ ମିଡିଆରେ ତମକୁ ହଇରାଣ କରିବି’

15/06/2020 at 6:55 PM

ଭୁବନେଶ୍ବର୧୫/୬: ପୁଣି ପୋଲିସ୍ ଏଏସ୍‌ଆଇଙ୍କ‌ ବିରୋଧରେ ମହିଳାଙ୍କ ଅଭିଯୋଗ। କିଛିଦିନ ତଳେ କ୍ୟାପିଟାଲ ଥାନାର ଜଣେ ପୋଲିସ୍‌ ଏଏସ୍ଆଇଙ୍କ ବିରୋଧରେ ଜଣେ ଯୁବତୀ ଅଭିଯୋଗ ଆଣିଥିଲେ। ପୁଣି ଥରେ ସେହିଭଳି ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏହି ଘଟଣା ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମେ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା। କିଛି ଦିନର ବ୍ୟବଧାନ ପରେ ଯୁବକଙ୍କ ବ୍ୟବହାରରେ ଅତିଷ୍ଠ ହେବା ପରେ ଦୁଇଜଣଙ୍କ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ହେଲେ ଯୁବକଙ୍କ ଏକା ଜିଦ୍‌ ଥିଲା, ତାଙ୍କୁ ସୋସିଆଲ ମିଡିଆରେ ହଇରାଣ କରିବି। ଏହି ଏଏସ୍‌ଆଇ ଟିକ୍‌ଟକ୍‌ ଭିଡିଓ ମଧ୍ୟ କରନ୍ତି।

ପୀଡିତାଙ୍କ କହିବା ଅନୁସାରେ ସୋସିଆଲ ମିଡିଆରେ ତାଙ୍କୁ ଏଏସ୍‌ଆଇ ଜଣଙ୍କ ହଇରାଣ କରୁଥିଲେ। ପୋଲିସ ଅଧିକାରୀ ଜଣକ ଏବେ କୋଭିଡ୍ କଣ୍ଟ୍ରୋଲ ରୁମରେ କାମ କରୁଥିବା ବେଳେ ସରକାରୀ ମୋବାଇଲ ଫୋନ୍‌ ତାଙ୍କୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ଯୁବତୀ ଜଣକ ଭୁବନେଶ୍ବର ମହିଳା ଥାନାରେ ଅଭିଯେୋଗ କରିଛନ୍ତି। ପୂର୍ବରୁ କଟକର ଦୁଇ ଦୁଇଟି ଥାନାରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତଥାପି ପୋଲିସ୍‌ ଉପରେ ଭରଷା କରି ପୁଣି ଥାନାରେ ଅଭିଯୋଗ କରି ନ୍ୟାୟ ପାଇଁ ମହିଳା ଜଣକ ଆସିଥିବା କହିଛନ୍ତି।ସେପଟେ ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଏଏସଆଇ ସୁବ୍ରତ ଜ୍ଞାନରଞ୍ଜନଙ୍କୁ ଡାକି ପଚରା ଉଚୁରା କରିଛି ମହିଳା ଥାନା ପୋଲିସ।

   Related Posts