Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅଭାବନୀୟ : ସତ୍କାର ପାଇଁ ଆସିଲେନି ସମ୍ପର୍କୀୟ, ମହିଳାଙ୍କ ମୃତଦେହ ଜଙ୍ଗଲରେ ଫିଙ୍ଗିଦେଲେ ପରିବାରଲୋକ

13/06/2021 at 1:09 PM

ମ,ରାମପୁର ୧୩।୬: ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ମହିଳାଙ୍କ ମୃତ୍ୟୁ ହୋଇଛି । କରୋନା ଡରରେ କେହି ସାହି ଭାଇ ପାଖ ମାଡିଲେନି । ଶବ ସତ୍କାର କରିବାକୁ କେହି ଆସିଲେନି । ଉପାୟ ନ ପାଇ ଗାଁ ନିକଟରେ ଥିବା ଜଙ୍ଗଲରେ ଶବକୁ ଫିଙ୍ଗିଦେଇ ଆସିଲେ ପରିବାର ଲୋକେ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରୀ ଟିକ୍ରାପଡ଼ା ଗ୍ରାମର ହଳଧର ବରିହାଙ୍କ ପତ୍ନୀ ୪୭ ବର୍ଷ ବୟସ୍କା ଝରା ବରିହାଙ୍କର ୯ ଦିନ ପୂର୍ବରୁ ମୃତ୍ୟୁ ହେଇଥିଲା । ତେବେ  ଅଜଣା ରୋଗରେ ତାଙ୍କର ମୃତ୍ୟୁ ହୋଇଥିବାରି କେହି ସମ୍ପର୍କୀୟ ଶବ ସତ୍କାର ପାଇଁ ଆସିନଥିଲେ । ପରେ ବାଧ୍ୟ ହୋଇ ପରିବାର ଲୋକେ ମୃତଦେହକୁ ଏକ ଖଟିଆ ସାହାଯ୍ୟରେ ନିକଟସ୍ଥ ଟେକର ଜଙ୍ଗଲକୁ ନେଇ ଫିଙ୍ଗିଦେଇଥିଲେ । ଶବକୁ ଫିଙ୍ଗିଦେଇ ତା ଉପରେ ଗଛ ଘୋଡାଇ ଦେଇଥିଲେ । ଏବେ ଘଟଣାଟି ପଦାକୁ ଆସିଛି । ମୃତଦେହ ଫିଙ୍ଗିଥିବା ସ୍ଥାନରେ ଖଟ ପଡିଥିବାବେଳେ ମୃତକଙ୍କ ହାଡ଼, ଖପୁରୀ ଆଦି ଇତଃସ୍ତତଃ ପଡ଼ି ରହିଛି ।

ତେବେ ଶବ ଶତ୍କାର ପାଇଁ କେହି ସହଯୋଗ ନକରିବାରୁ ଶବକୁ ନେଇ ଜଙ୍ଗଲରେ ଫିଙ୍ଗିଦେଇଛୁ ବୋଲି କହିଛନ୍ତି ମୃତ ମହିଳାଙ୍କ ସ୍ବାମୀ । ତେବେ ରୋଗରେ ପଡ଼ିଥିବାବେଳେ ତାଙ୍କ ସ୍ୱାମୀ ତାଙ୍କୁ ବଲାଙ୍ଗୀର ନେଇ ଅନେକ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରାଇଥିଲେ ହେଁ ସେ ଭଲ ହୋଇନଥିଲେ । ପରେ ତାଙ୍କର ମୃତ୍ୟୁ ହେବା ପରେ ପରିବାରଲୋକ ତାଙ୍କ ମୃତଦେହକୁ ଫିଙ୍ଗିଦେଇ ଆସିଛନ୍ତି । ଏବେ ପରିବାରରେ ତାଙ୍କର ୪ ପୁଅ-ଝିଅ ଅଛନ୍ତି । ତେବେ ରୋଗ ଭୟରେ ଶବକୁ ଜଙ୍ଗଲରେ ଫିଙ୍ଗିଦେବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts