Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପାରିଶ୍ରମିକ ନଦେବାରୁ ରାଜମିସ୍ତ୍ରୀଙ୍କୁ ଚପଲରେ ପିଟିଲେ ମହିଳା, ଭିଡିଓ ଭାଇରାଲ…

28/10/2019 at 12:27 PM

ସୋର୨୮|୧୦; ଜଣେ ମହିଳା ଶ୍ରମିକ ନିଜର ମଜୁରୀ ନପାଇବାରୁ ରାଜମିସ୍ତ୍ରୀକୁ ବିଚ ବଜାରରେ ନିସ୍ତୁକ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି। ଖବର ନେବାରେ ଜଣାପଡିଛି ଯେ, ବାଲେଶ୍ବର ଜିଲ୍ଲା ସୋର ଅଚଂଳରେ ଦର୍ଶନ ମହାଲିକ ଜଣେ ରାଜମିସ୍ତ୍ରୀ ଭାବେ କାମକରନ୍ତି। ତାଙ୍କ ପାଖରେ କାମ କରୁଥିବା ଜଣେ ମହିଳାକୁ ତାଙ୍କର ପାରିଶ୍ରମିକ ନଦେବାରୁ ସଂପୃକ୍ତ ମହିଳା ସୋର ଅନନ୍ତପୁର ଛକଠାର ରାଜମିସ୍ତ୍ରୀଙ୍କୁ ଜୋତାରେ ନିସ୍ତୁକ ମାଡ ମାରିଥିବା ନେଇ ଭିଡିଓ ଭାଇରାଲ ହୋଇଛି।

ସୂଚନାଯୋଗ୍ୟ ଯେ, ମହିଳା ଶ୍ରମିକ ଗତ ୩ମାସ ତଳେ କ୍ଷରିକୋଣି ଗ୍ରାମର ଦର୍ଶନ ମହାଲିକ ସହିତ ପକା କାମ କରୁଥିଲେ । କାମସରିଲା ପରେ ମହିଳା ଯେତେବେଳେ ଟଙ୍କା ମାଗିଲେ ତାକୁ ଆଜିକାଲି କହି ରାଜମିସ୍ତ୍ରୀ ଟଙ୍କା ଦେଉନଥିଲେ।

 ଶେଷରେ ମହିଳା ଶ୍ରମିକ ବାଧ୍ୟ ହୋଇ ମହାଲିକକୁ ଅନନ୍ତପୁର ଛକରେ ଦେଖାହେବାରୁ ତାକୁ ଟଙ୍କା ମାଗିଥିଲେ ।ତେବେ ରାଜମିସ୍ତ୍ରୀ ତାଙ୍କୁ ବିଭିନ୍ନ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣଙ୍କ ଜୋତା କାଢି ରାଜମିସ୍ତ୍ରୀଙ୍କୁ ନିସ୍ତୁକ ମାଡମାରିବାବେଳେ କେହି ଭିଡିଓ ସୁଟିଂ କରି ଭାଇରାଲ କରିଛନ୍ତି ।

   Related Posts