ଭାଲୁ ଆକ୍ରମଣରେ ମା ଓ ଝିଅ ଗୁରୁତର

Published By : Prameya-News7 Bureau | May 20, 2019 IST

ଝାରସୁଗୁଡ଼ା ୨୦/୫ : ଭାଲୁ ଆକ୍ରମଣରେ ମା ଓ ଝିଅ ଗୁରୁତର । ଗୁରୁତର ହେଲେ ଅନିତା ମେହେର ଏବଂ ତାଙ୍କ ଝିଅ ରଶ୍ମି ମେହେର । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୋୖରାଞ୍ଚଳ ଜୁନାଡ଼ିହି କଲେଜ ପଡ଼ାରେ ଘଟିଛି ଘଟଣା । ଫୁଲ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲେ । ଉଭୟ ମା ଝିଅଙ୍କୁ ଗୁରୁତର ଅବସ୍ଥାରେ TRL ହସପିଟାଲରେ ଭର୍ତ୍ତି କରାଯାଇଛି ।

{"id":113788}


ଆଜି ଭୋର ସମୟ ରେ ଜୁନାଡ଼ିହି କଲେଜପଡ଼ା ନିବାସୀ କାହ୍ନୁ ମେହେରଙ୍କ ସ୍ତ୍ରୀ ଅନିତା ମେହେର ଏବଂ ତାଙ୍କର ୧୬ବର୍ଷର ଝିଅ ରଶ୍ମି ମେହେର ଫୁଲ ତୋଳିବାକୁ ଯାଇଥିବା ବେଳେ ଗୋଟିଏ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିଲା । ଫଳରେ ଉଭୟ ମାଁ ଝିଅ ଲହୁଲୁହାଣ ହୋଇଯାଇଥିଲେ । ବହୁ କଷ୍ଟରେ ଉଭୟଙ୍କୁ ଭାଲୁ କବଳରୁ ରକ୍ଷା କରି ଟିଆରଏଲ ହସ୍ପିଟାଲକୁ ନେଇଥିଲେ ସ୍ଥାନୀୟ ଗ୍ରାମବସୀ । ଭାଲୁ ଆକ୍ରମଣ ରେ ଉଭୟ ମାଁ ଏବଂ ଝିଅ ଙ୍କର ଜଙ୍ଘରେ ଆଘାତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.