ଲୋକଲଜ୍ଜା ଭୟରେ ଦିଅର-ଭାଉଜଙ୍କ ଆତ୍ମହତ୍ୟା !

Published By : Prameya-News7 Bureau | August 25, 2018 IST

କଟକ ଜିଲ୍ଲା ସାଲେପୁର କେନ୍ଦୁପାଟଣା ଖଣ୍ଡଗାଁରେ ଅଭାବନୀୟ ଘଟିଛି ଘଟଣା । ଲୋକଲଜ୍ଜା ଭୟରେ ବେକରେ ରଶି ଲଗାଇ ସମ୍ପର୍କୀୟ ଦିଅର-ଭାଉଜ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସ୍ବାମୀ ସ୍ତ୍ରୀ ଅଲଗା ଅଲଗା ଶୋଇଥିଲେ । ଆଉ ଏହାର ସୁଯୋଗ ନେଇ ସ୍ତ୍ରୀ ଶୋଇଥିବା ରୁମକୁ ଯାଇଥିଲା ସମ୍ପର୍କୀୟ ଦିଅର । ଶୌଚ ପାଇଁ ସ୍ବାମୀ ଟର୍ଚ୍ଚ ମାଗିବାକୁ ଯିବା ବେଳେ ଉଭୟଙ୍କୁ ଦେଖି ବାହାରପଟୁ କବାଟ ଦେଇଥିଲେ । ଗାଁ ଲୋକଙ୍କୁ ଡାକିଥିଲେ । ଲୋକଲଜ୍ଜା ଭୟରେ ଉଭୟ ଦିଅର-ଭାଉଜ ଫ୍ୟାନରେ ଝୁଲି ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଖୋଲି ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ସେପଟେ ସମ୍ପର୍କୀୟ ଦିଅରଙ୍କ ବାପା ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.