Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାଗ୍ୟ ହେବ ତ ଏମିତି: ଟିକା ନେବା ପରେ ଜଣେ ମହିଳା ହୋଇଗଲେ କୋଟିପତି, ଜିତିଗଲେ ଏତେ ଟଙ୍କା

10/11/2021 at 2:40 PM

ଅଷ୍ଟ୍ରେଲିଆ ୧୦/୧୧: କୋଭିଡ୍‌ ଟିକା ନେଇ ୭.୪ କୋଟି ଜିତିଲେ ମହିଳା । ସମଗ୍ର ବିଶ୍ୱରେ ପ୍ରଶାସନିକ ଅଧିକାରୀମାନେ କୋଭିଡ୍‌-୧୯ ଟିକା ନେବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଅନେକ ଦେଶରେ ସରକାର ବିଭିନ୍ନ ଅଭିନବ ପଦକ୍ଷେପ ନେଉଛନ୍ତି । କୋଭିଡ୍‌-୧୯କୁ ନେଇ ଯାବତୀୟ ସଚେତନଧର୍ମୀ କାର୍ଯ୍ୟକ୍ରମ ସତ୍ତ୍ୱେ ଆଜି ବି ଅନେକ ଟିକା ନେବାକୁ ରାଜି ହେଉନାହାନ୍ତି ।

ସେଥିପାଇଁ ସରକାର ମାଗଣା ଗେମ୍‌ ଟିକେଟ୍‌, ଖାଦ୍ୟ ସାମଗ୍ରୀ, ରୋଷେଇ ସରଞ୍ଜାମ, ଏପରିକି ଲଟେରି ଟିକେଟ୍‌ ଭଳି ଅଫର୍‌ ଜରିଆରେ ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ଅଷ୍ଟ୍ରେଲିଆର ଜଣେ ମହିଳା କୋଭିଡ୍‌-୧୯ ଟିକା ନେବା ପରେ ରାତାରାତି କୋଟିପତି ହୋଇଛନ୍ତି । ମିଲିଅନ୍‌ ଡଲାର ଭାକ୍ସ ଆଲାଏନ୍ସ ଲଟେରିର ପ୍ରମୁଖ ବିଜେତା ଭାବେ ଜୋନେ ଝୁ ୧ ମିଲିଅନ୍‌ ଡଲାର ବା ୭.୪ କୋଟି ଟଙ୍କା ପୁରସ୍କାର ରାଶି ପାଇଛନ୍ତି ।

ସରକାରଙ୍କ ଟିକାକରଣ ଅଭିଯାନରେ ସାମିଲ ହୋଇ ଲକି ଡ୍ରରେ ଏଣ୍ଟ୍ରି କରିବାର ସୁଯୋଗ ପାଇଥିବା ଲକ୍ଷାଧିକ ଅଷ୍ଟ୍ରେଲୀୟଙ୍କ ମଧ୍ୟରେ ସେ ଥିଲେ । ଅଷ୍ଟ୍ରେଲିଆର ପରୋପକାରୀ ଗ୍ରୁପ୍‌ ଓ କିଛି କମ୍ପାନି ଏହି ପୁରସ୍କାର ଦେବାକୁ ସ୍ଥିର କରିଥିଲା । ଦେଶରେ ମିଲିଅନ୍‌ ଡଲାର ଭାକ୍ସ ଆଲାଏନ୍ସକୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ପ୍ରାୟ ୩୦ ଲକ୍ଷ ଲୋକ ଲକି ଡ୍ର ପାଇଁ ନାମ ପଞ୍ଜୀକରଣ କରିଥିଲେ । ଶେଷରେ ୨୫ ବର୍ଷୀୟା ଜୋନେ ଏହି ଜୀବନ ପରିବର୍ତ୍ତନକାରୀ ପୁରସ୍କାର ହାସଲ କରିଛନ୍ତି ।

ଲଟେରି ଅଧିକାରୀମାନେ ପୁରସ୍କାର ଜିତିବା ବିଷୟରେ ତାଙ୍କୁ ଫୋନ୍‌ କରିଥିଲେ । ଜୋନେ କିନ୍ତୁ କାମରେ ବ୍ୟସ୍ତ ଥିବାରୁ ଫୋନ୍‌ ଉଠାଇ ନ ଥିଲେ । ଲଟେରି ଜିତିବା କଥା ଜାଣିବା ପରେ ସେ ବିଶ୍ୱାସ କଲେ ନାହିଁ । ଏବେ ଜୋନେ ଚେକ୍‌ ଗ୍ରହଣ କରିଛନ୍ତି । ଏହି ଅର୍ଥରେ ପରିବାର ପାଇଁ ସେ କିଛି ଉପହାର କିଣିବେ । ବାକି ଟଙ୍କା ଭବିଷ୍ୟତ ପାଇଁ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି । ତେବେ କେବଳ ଜୋନେ ଏହି ଲଟେରି ଜିତିନାହାନ୍ତି । ମିଲିଅନ୍‌ ଡଲାର ଭାକ୍ସ ୧୦୦ ଗିଫ୍ଟ କାର୍ଡ ପ୍ରଦାନ କରିଛି, ଯେଉଁଥିପାଇଁ ୧ହଜାର ଡଲାର ଖର୍ଚ୍ଚ କରିଛି ।

   Related Posts