Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବେଆଇନ ମଦ ବିକ୍ରିକୁ ମହିଳା ମହାସଂଘର ବିରୋଧ; ଦୋକାନରେ ପଶି ମଦ ବୋତଲ ଭାଙ୍ଗିଲେ, ଗାଁରେ ଉତ୍ତେଜନା

5/02/2019 at 1:34 PM

ସୁବର୍ଣ୍ଣପୁର ୫|୧: ସବୁର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବଡଖମାର ଗାଁରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଗାଁରେ ଚାଲିଛି ବେଆଇନ କୁଚିଆ ମଦ ଭାଟି  । ବେଆଇନ ମଦ ବିକ୍ରୀ ଯୋଗୁଁ ଗାଁରେ  ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହାକୁ ବିରୋଧ କରି ତାତିଲେ ମହିଳାମାନେ । ମହାସଂଘ ଗଠନ କରି  ମହିଳାମାନେ  ବଡଖମାର ଗାଁରେ ବେଆଇନ ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢଉ କରି ଜବତ କରିଛନ୍ତି ମଦ  । ତେଜରାତି ଦୋକାନରୁ  ବିଦେଶୀ ମଦ ଜବତ କରି ମଦ ବୋତଲ ଭଙ୍ଗାରୁଜା କରିଛନ୍ତି ।

ବଡଖମାର ଗାଁରେ ଗତ କିଛିମାସ ହେଲା ଚାଲିଥିବା ଏହି ବେଆଇନ ମଦ ବିକ୍ରିକୁ ବିରୋଧ କରିଆସୁଛନ୍ତି ଗାଁର ମହିଳା । ଏନେଇ ପୂର୍ବରୁ ମଦ ବିକ୍ରି କରୁଥିବା ଦୋକାନୀଙ୍କୁ ମଦ ନବିକିବାକୁ କହିବା ସହ ଏନେଇ ଅବକାରୀ ବିଭାଗକୁ ମଧ୍ୟ ଜଣାଇଥିଲେ ମହିଳାମାନେ । ତେବେ କିଛି ସୁଫଳ ନମିଳିବାରୁ ଶେଷରେ ଆଜି ମହିଳାମାନେ ଏକତ୍ରିତ ହୋଇ ବେଆଇନ ମଦ ବିକୁଥିବା ତେଜରାତି ଦୋକାନ ଉପରେ ଚଢାଉ କରିଥିଲେ ।

ମହିଳା ମହାସଂଘ ଶହ ଶହ ମହିଳା  ଗାଁ ଗାଁ ବୁଲି ଲୋକଙ୍କୁ ମଦଠାରୁ ଦୂରେଇ ରହିବାରୁ ସଚେତନ କରିଛନ୍ତି  । ମହିଳାମାନେ ଶପଥ  ନେଇଛନ୍ତି ପଞ୍ଚାୟତରେ ମଦ ବନ୍ଦ କରିବା ପାଇଁ  । ଏଥିରେ ସାମିଲ ହୋଇଛନ୍ତି ଖୋଦ  ଜଟେସିଙ୍ଗା ପଞ୍ଚାୟତର  ସରପଞ୍ଚ  ।  ଆଗକୁ  ପଞ୍ଚାୟତର  ସବୁ ଗାଁରେ  ଏହି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ  । ବେଆଇନ ମଦ ବିକ୍ରି ସୂଚନା ପାଇଲେ ଚଢଉ କରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ବିରମହାରଜାପୁର ଅବକାରୀ ବିଭାଗ ପକ୍ଷକୁ କୁହାଯାଇଛି  ।

ଗାଁ ଗାଁରେ ବେଆଇନ ମଦ ବିକ୍ରି କାରବାର ବଢି ଚାଲିଥିଲେ ବି ଅବକାରୀ ବିଭାଗ କି ପୋଲିସ ପଦକ୍ଷେପ ନେଇ ନ ଥିବାର ଅଭିଯୋଗ କରିଛନ୍ତି ମହିଳାମାନେ । ଆଗକୁ ମଦ ବିରୋଧୀ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ମହିଳାମାନେ କହିଛନ୍ତି ।

   Related Posts