ପୁରୁଷ ବନ୍ଧୁଙ୍କୁ ବାରମ୍ବାର ଦେଖା କରୁଥିଲେ ବିବାହିତା ମହିଳା, ପରିବାର ଲୋକଙ୍କୁ ଲୁଚାଇଥିଲେ, ଏବେ କୋର୍ଟ ଦେଲେ ଜେଲ୍ ଦଣ୍ଡ

Published By : Prameya-News7 Bureau | January 09, 2021 IST

ସିଙ୍ଗାପୁର,୦୯/୦୧: କରୋନା ଭାଇରସ୍ କାରଣରୁ ବିଶ୍ୱରେ ଅନେକ ଅଜବ ଘଟଣାମାନ ସାମ୍ନାକୁ ଆସୁଛି । ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ସିଙ୍ଗାପୁରରେ । ଏଠାରେ ଜଣେ ୬୫ ବର୍ଷୀୟା ମହିଳାଙ୍କୁ ନିଜର ପୁରୁଷ ବନ୍ଧୁଙ୍କୁ ଭେଟିଥିବାରୁ ଜେଲ୍ ଦଣ୍ଡ ମିଳିଛି । ତାଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ସୂଚନାନୁସାରେ, ମହିଳାଜଣଙ୍କ ନିଜର ପୁରୁଷ ବନ୍ଧୁଙ୍କୁ ଲୁଚାଛପାରେ ଭେଟୁଥିଲେ । ଏକଥା ତାଙ୍କ ସ୍ୱାମୀ ଜାଣିପାରି ନଥିଲେ । ଅନେକ ଥର ସେ ଏପରି ଲୁଚାଚୋରାରେ ପୁରୁଷ ବନ୍ଧୁଙ୍କୁ ଭେଟିଛନ୍ତି । କିନ୍ତୁ କରୋନା ହିଁ ଧରା ପକାଇ ଦେଇଥିଲା । କାରଣ ତାଙ୍କର ପୁରୁଷ ବନ୍ଧୁ ଜଣେ କରୋନା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂରେ ଆସିଥିଲେ । ଏହି ସମୟରେ ମହିଳାଜଣଙ୍କ ତାଙ୍କୁ ଭେଟିଥିଲେ । ଏ କଥା କାହାକୁ ଜଣାଇ ନଥିଲେ । ତେବେ ସ୍ୱାସ୍ଥ୍ୟ ଅଧିକାରୀମାନେ ପୁରୁଷ ବନ୍ଧୁଙ୍କ ଘରର ସିସିଟିଭି ଯାଞ୍ଚ୍ କରିବା ପରେ ଅସଲ ଘଟଣା ସାମ୍ନାକୁ ଆସିଥିଲା ।

ଜେଲଦଣ୍ଡ ପାଇଥିବା ମହିଳା ହେଲେ ୬୫ ବର୍ଷୀୟ ଓହ ବି । ସେ ନିଜ ପରିବାରକୁ ଲୁଚାଇ ପୁରୁଷ ବନ୍ଧୁଙ୍କୁ ଭେଟୁଥିଲେ । କାଳେ ପରିବାର ଲୋକେ ଜାଣିଲେ କଥା ଖରାପ ହେବ ବୋଲି ସେ ଏପରି କରୁଥିଲେ । ଓହ ୭୨ ବର୍ଷୀୟ ବନ୍ଧୁ ଲିମ୍ କିଆଙ୍ଗଙ୍କୁ କୋଭିଡ୍ ପଜିଟିଭ୍ ଟେଷ୍ଟ ପୂର୍ବରୁ ୫ ଥର ଭେଟିଥିଲେ । ମାର୍ଚ୍ଚରେ କିଆଙ୍ଗ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.