ସମ୍ପର୍କ ଯୋଡ଼ିଲା ସୋସିଆଲ୍‌ ମିଡିଆ: ପାଗଳୀ ମା’ର ଗୋଟିଏ ଶବ୍ଦ ପୁଅକୁ ଫେରାଇ ଆଣିଲା

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ ୨୬/୧୧: ମା’ ପରି କିଏ ହେବ ! ପରିସ୍ଥିତି ଯେମିତି ବି ହେଉ ଗୋଟିଏ ଶବ୍ଦ ‘ମା’ ହିଁ  ସବୁ କିଛି ସମାଧାନ କରିଦିଏ। ସେମିତି ଜଣେ ମା’ର ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୫ ବର୍ଷ ପରେ ନିଜ ପରିବାରକୁ ଫେରିପାଇଛନ୍ତି ମହିଳା। ଏଥିପାଇଁ ସେ ସୋସିଆଲ୍‌ ମିଡିଆକୁ ଧନ୍ୟବାଦ ଜଣାଇଛନ୍ତି।

ଜଣେ ମହିଳା ରମା ଦେବୀ । ପେଶାରେ ଥିଲେ ଜଣେ ଓକିଲ। ୨୦୦୫ରେ ନିଜ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ କୋଲକାତାରେ ଥିବା ଶାଶୂ ଘର ଛାଡ଼ି ଦିଲ୍ଲୀ ପଳାଇ ଆସିଥିଲେ ରମା ଦେବୀ। । କିନ୍ତୁ ତାଙ୍କର ପୁଅ ମିତ୍ରଜିତ ଚୌଧୁରୀ ସେତେବେଳେ ୭ ବର୍ଷରେ ହୋଇଥିଲେ। ନିଜ ପୁଅକୁ ବି ଛାଡ଼ି ଚାଲିଆସିଥିଲେ ରମା ଦେବୀ। ଦିଲ୍ଲୀକୁ ଫେରି ସୁପ୍ରିମକୋର୍ଟରେ ଓକିଲାତି କରିଥିଲେ।

କିନ୍ତୁ କିଛି ଦିନ ଗଲା ପରେ ତାଙ୍କର ମୁଣ୍ଡ ଖରାପ ହେବାକୁ ଲାଗିଲା। ଧିରେ ଧିରେ ସବୁ କିଛି ଭୁଲିବାକୁ ଲାଗିଥିଲେ ରମା। ପରବର୍ତ୍ତୀ ସମୟରେ ତାଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଫଳ କିଛି ମିଳିଲା ନାହିଁ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ହଠାତ ରମାଙ୍କର ତାଙ୍କ ପୁଅଙ୍କ ନାଁ ମନେ ପଡ଼ିଥିଲା । ପରେ ସେହି ନାଁରେ ଫେସ୍‌ବୁକ୍‌ରେ ଖୋଜିବାକୁ ଚେଷ୍ଟା କରିଥିଲେ ହସ୍ପିଟାଲର କର୍ମଚାରୀ। ଏଭଳି ୭ ଜଣଙ୍କୁ ଖୋଜି ପାଇଥିଲେ କର୍ମଚାରୀ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ମେସେଜ୍‌ର ଉତ୍ତର ଦେଇଥିଲେ। ଫଟୋ ଦେଖି ତାଙ୍କୁ ଚିହ୍ନି ପାରିନଥିଲେ ରମା। ପରେ ଭିଡିଓ କଲ୍‌ କରିବାରୁ ମିତ୍ରଜିତଙ୍କୁ ଜାଣିପାରିଥିଲେ ରମା ଦେବୀ।

କିଛି ସମୟରେ ଭାବାବେଗ ଓ ବାର୍ତ୍ତାଳାପ ପରେ ରମା ଦେବୀ ଶୀଘ୍ର ଶାଶୁ ଘରକୁ ଯିବାକୁ ବାହାରିପଡ଼ିଥିଲେ। ସେପଟେ ନିଜ ମା’ଙ୍କୁ ଖୋଜିବାକୁ ବହୁ ଚେଷ୍ଟା କରିଥିଲେ ବୋଲି ମିତ୍ରଜିତ କହିଛନ୍ତି। ନିଜ ବାପାଙ୍କ ସହ କୋଲକାତାରେ ରହୁଥିବା ମିତ୍ରଜିତ୍‌ ଏବେ ମା’ଙ୍କୁ ଫେରିପାଇବାରୁ ବେଶ ଖୁସିଥିବା ନେଇ ଏନଡିଟିଭିରେ ପ୍ରକାଶିତ ଏକ ଖବରରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.