Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

୭ ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ ମହିଳା, କିନ୍ତୁ ହସ୍ପିଟାଲରେ ୬ ଜଣଙ୍କ ମୃତ୍ୟୁ ; ଜଣଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ଡାକ୍ତର

27/10/2021 at 3:47 PM

ଇସଲାମାବାଦ ୨୭/୧୦ : ପାକିସ୍ତାନର ଆବୋଟାବାଦରେ ରହୁଥିବା ଜ​‌ଣେ ମହିଳା କିଛି ଦିନ ତଳେ ଏକାଥରେ ୭ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ । ଏଭଳି ବିରଳ ଘଟଣାକୁ ନେଇ ପାକିସ୍ତାନ ସମେତ ସାରା ବିଶ୍ବ​‌ରେ ଖୁବ ଚର୍ଚ୍ଚା ହୋଇଥିଲା । ୭ ଜଣ ଶିଶୁଙ୍କୁ ପାଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ଏହି ଖୁସି ବେଶି ଦିନ ରହିଲା ନାହିଁ । ଏବେ ଜନ୍ମକଲା ମା’ ମୁଣ୍ଡରେ ଦୁଃଖର ପାହାଡ ଛିଡି ପଡିଛି । ୭ ଜଣ ଶିଶୁଙ୍କ ମଧ୍ୟରୁ ହସ୍ପିଟାଲରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ହସ୍ପିଟାଲର ପେଡିୟଟ୍ରିକ ବିଭାଗ ଡାକ୍ତର ଏଜାଜ୍‌ ହିସେନ କହିଛନ୍ତି, ‘ସମୟ ପୂର୍ବରୁ ଜନ୍ମ ହେବା କାରଣରୁ ୫ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ଏବଂ ଗତ ମଙ୍ଗଳବାର ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି । ଏବେ ୭ମ ଶିଶୁ ମଧ୍ୟ ଗରୁତର ରହିଛି । ସମୟ ପୂର୍ବରୁ ଜନ୍ମଗ୍ରହଣ କରିଥିବା ଶିଶୁଙ୍କ ଓଜନ ୧ କିଲୋ ଗ୍ରାମ ଥିଲା । ଅବିକଶିତ ଥିବା କାରଣରୁ ସେମାନଙ୍କ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥିଲା ।’

ହସ୍ପିଟାଲ କର୍ତ୍ତୁପକ୍ଷ ଏ ନେଇ ସୂଚନା ଦେଇ କହିଛନ୍ତି, ‘ସମୟ ପୂର୍ବରୁ ଜନ୍ମଗ୍ରହଣ କରିଥିବାରୁ ସମସ୍ତ ଶିଶୁ ଇନକ୍ୟୁବେଟରରେ ଥିଲେ । ତେବେ ଏହାର ୨ ଦିନ ପରେ ମାତ୍ର କିଛି ସମୟ ବ୍ୟବଧାନରେ ହିଁ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା’ । ତେବେ ଗୁରୁତର ୨ ଜଣ ଶିଶୁଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ସୁଦ୍ଧା ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୭ମ ଶିଶୁକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରିରଖିଛନ୍ତି ଡାକ୍ତର । ତାର ଅବସ୍ଥା ମଧ୍ୟ ଗୁରୁତର ରହିଛି ।

ଅଲଟ୍ରାସାଉଣ୍ଡ ବେଳେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ମହିଳାଙ୍କ ପେଟରେ ୫ ଜଣ ଶିଶୁ ରହିଛନ୍ତି କିନ୍ତୁ ଡେଲିଭରୀ ସମୟରେ ୭ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ ମହିଳା । ଏବେ ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଶିଶୁକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଡାକ୍ତର ।

   Related Posts