Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୁସି ନେଇଗଲା କରୋନା, କ୍ବାରେଣ୍ଟାଇନ୍ ସେଣ୍ଟରରେ ଶିଶୁ ଜନ୍ମ ଦେଇଥିବା ମହିଳାଙ୍କୁ ଘର ପାଖରୁ ଫେରାଇଦେଲେ ଗାଁଲୋକେ

14/05/2020 at 2:48 PM

ସୋର ୧୪।୫: ହଜିଗଲା ମାନବିକତା । କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାର ପ୍ରସବ ପରେ ମହିଳା ନବଜାତ ଶିଶୁ ହୋମ୍ କ୍ବାରେଣ୍ଟ।ଇନରୁ ଘରକୁ ଯାଇଥିଲେ । ହେଲେ ଗାଁ ଲୋକ ବିରୋଧ କରି ଘର ପାଖରୁ ମହିଳାଙ୍କୁ ଫେରାଇ ଦେଇଥିଲେ । ନବଜାତ ଶିଶୁ ସହ ପୁଣି ସେହି ଅଟୋରେ କ୍ବାରେଣ୍ଟାଇନ ସେଣ୍ଟରକୁ ଫେରିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଗଡସାହି ପଞ୍ଚାୟତ ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ପଶ୍ଚିମବଙ୍ଗରୁ ଏକ ଘରୋଇ ବସ୍ ଯୋଗେ ଆସି ସୋରରେ ପହଞ୍ଚିଥିଲେ । ସୋରରୁ ମହିଳା ଜଣଙ୍କର ପ୍ରସବ ଯନ୍ତ୍ରଣାରେ ଚାଲିଚାଲି ୨୫ କିଲୋମିଟର ଔପଦାରେ ପହଞ୍ଚିଥିଲେ । ସ୍ଥାନୀୟ ପ୍ରଶାସନ ତରଫରୁ ମହିଳାଙ୍କୁ ଗଡସାହି ପଞ୍ଚାୟତ ତରଫରୁ ହୋଇଥିବା ଦରଖୋଳି ନୋଡାଲ ହାଇସ୍କୁଲ ଟିଏମସିରେ ସଙ୍ଗରୋଧ ଗୃହରେ ରଖାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ମହିଳା ଜଣଙ୍କ କନ୍ୟା ସନ୍ତାନ ଜନ୍ମ ଦେବାପରେ ସେ ଅସୁସ୍ଥ ହୋଇପଡିଥିଲେ ।

ଖବର ପାଇ ଔପଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜିତେନ୍ଦ୍ର ବେହେରା ସ୍ବାସ୍ଥ୍ୟ ପରିଦର୍ଶକ ମନୋଜ କୁମାର ପଟ୍ଟନାୟକ ସମେତ ମେଡିକାଲ ଟିମ୍ ପହଁଚି ଚିକିତ୍ସା କରିଥିଲେ । ପରେ ଡାକ୍ତର ଜିତେନ୍ଦ୍ର ବେହେରା ଏକ ଅଟୋ ଯୋଗେ ମହିଳାକୁ ଘରକୁ ସଙ୍ଗରୋଧରେ ରହିବା ପାଇଁ ସ୍ଥାନୀୟ ଆଶା କର୍ମୀଙ୍କ ସହ ପଠାଇଦେଇଥିଲେ । ହେଲେ ଗାଁ ଲୋକ ଏହି ଅଟୋକୁ ଅଟକ ରଖି ଗାଁକୁ ପ୍ରବେଶକୁ ବିରୋଧ କରିଥିଲେ । ଫଳରେ ପ୍ରଶାସନ ତରଫରୁ ମହିଳାଙ୍କୁ ସ୍ଥାନୀୟ ମାଝିସାହି ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି ।

   Related Posts