ଏଟିଏମରୁ ୧୪୦୦ ଟଙ୍କା ଉଠାଇବାକୁ ଯାଇଥିଲେ ମହିଳା, ଆକାଉଣ୍ଟ ଯାଞ୍ଚ କରିବା ପରେ ଭୟରେ କହିଲେ ‘ଓଃ ମାଇ ଗଡ୍‌’

Published By : Prameya-News7 Bureau | June 23, 2021 IST

ଫ୍ଲୋରିଡା ୨୩/୬: କେତେବେଳେ କାହାର ଭାଗ୍ୟ ପରିବର୍ତ୍ତନ ହେବ କହିହେବ ନାହିଁ। କିଏ ରାତାରାତି ଧନୀ ହୋଇଯିବ ତ କିଏ ପୁଣି ରାସ୍ତାକଡ଼କୁ ଫେରିଆସିବ । ଏମିତି କାହାଣୀ ପ୍ରାୟତଃ ଫିଲ୍ମରେ ଦେଖିବାକୁ ମିଳେ କିନ୍ତୁ ସତ ଜୀବନରେ ମଧ୍ୟ ଏମିତି ଅନେକ ଉଦାହରଣ ରହିଛି। ସେମିତି ଏକ ଘଟଣା ସମ୍ପର୍କରେ ଜଣାପଡ଼ିଛି। ଜଣେ ମହିଳା ଏଟିଏମକୁ କେବଳ ୨୦ ଡଲାର (୧୪୦୦ ଟଙ୍କା) ଉଠାଇବା ପାଇଁ ଯାଇଥିଲେ। କୌଣସି କାର୍ଯ୍ୟ ପାଇଁ ସେ ଏହି ଟଙ୍କା ଉଠାଇବାକୁ ଯାଇଥିଲେ। ୨୦ ଡଲାର ଉଠାଣ ପୂର୍ବରୁ ମହିଳା ଜଣଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିବାକୁ ଚାହିଁଥିଲେ।

ଏହା ପରେ ଯାହା ହେଲା ସେ ବିଶ୍ବାସ କରିପାରିନଥିଲେ। କାରଣ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥିବା ଜାଣିବାକୁ ପାଇଥିଲେ ମହିଳା। ଶନିବାର ମିଳିଥିବା ବ୍ୟାଙ୍କ ରସିଦ୍‌ରେ ତାଙ୍କ ଆକାଉଣ୍ଟରେ ୯୯୯,୯୮୫,୮୫୫.୯୪ ଡଲାର ଥିଲା। ଭାରତୀୟ ମୂଦ୍ରା ଅନୁସାରେ ୭୪,୩୯,୧୯,୪୭,୭୮୦.୯୪ ଟଙ୍କା ହେବ । ଘଟଣାଟି ଫ୍ଲୋରିଡାରେ ହୋଇଥିବା ବେଳେ ମହିଳାଙ୍କ ନାଁ ଜୁଲିଆ ୟୋନକୋସ୍କି।

{"id":470142,"width":686,"height":512,"sizeSlug":"large","linkDestination":"none"}

 ଆକାଉଣ୍ଟରେ ଅରବ  ଡଲାର ଥିବା ନେଇ ଜାଣିବା ପ​ରେ ଭୟଭୀତ ହୋଇପଡ଼ିଥିଲେ ଜୁଲିଆ। ସେ କହିଛନ୍ତି, ‘ଓଃ ମାଇ ଗଡ୍‌, ମୁଁ ଏହା ଦେଖି ଡରି ଯାଇଥିଲି। ଅନେକ ଲୋକ ଭାବୁଥିବେ ମୁଁ ଲଟେରୀ ଜିତିଛି କିନ୍ତୁ ଏହା ଭୟଭୀତ କରୁଛି। ଏଟିଏମରେ ୨୦ ଡଲାର ପାଇଁ ଆବେଦନ କରିବା ପରେ ସ୍କ୍ରିନ୍‌ ଉପ​‌ରେ ମେସେଜ୍‌ ଆସିଥିଲା ୨୦ ଡଲାର ଉଠାଣ ହେବ କିନ୍ତୁ ଚାର୍ଜ ଲାଗିବ।’

{"id":470143,"width":718,"height":536,"sizeSlug":"large","linkDestination":"none"}

ଜୁଲିଆଙ୍କୁ ଯେତେବେଳେ ଜଣାପଡ଼ିଲା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଅଛି ସେ ଗୋଟିଏ ବି ଟଙ୍କା ଉଠାଇନଥିଲେ। ତାଙ୍କ କହିବା ଅନୁସାରେ ଲୋକେ ଏମିତି ଟଙ୍କା ପାଇବା ପରେ ଉଠାଇ ଖର୍ଚ୍ଚ କରିଦିଅନ୍ତି । କିନ୍ତୁ ପରେ ତାଙ୍କୁ ଏହି ଟଙ୍କା ଭରିବାକୁ ପଡ଼େ । ସେହି ଟଙ୍କା ନେବି ନାହିଁ କାରଣ ମୋର ନୁହେଁ ବୋଲି ଜୁଲିଆ କହିଛନ୍ତି। ତେବେ ଜୁଲିଆ ଟଙ୍କା ଉଠାଇବାକୁ ନେଇ ଭୟ କରୁଥିବା ବେଳେ ନିଜର ଟଙ୍କା କେମିତି ପାଇବେ ସେନେଇ ଚିନ୍ତିତ। ଅନ୍ୟପଟେ ଏତେ ଟଙ୍କା ତାଙ୍କ ଆକାଉଣ୍ଟକୁ କେମିତି ଆସିଲା ସେନେଇ ବ୍ୟାଙ୍କ ପକ୍ଷରୁ ତଦନ୍ତ ଚାଲିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.