ଓ୍ୱେଡିଂ ଗାଉନ ପିନ୍ଧି ମଣ୍ଡପ ବଦଳରେ ହସ୍ପିଟାଲ ଗଲେ ମହିଳା: ଲଗାଇଲେ ଭ୍ୟାକସିନ୍, ଫଟୋ ଭାଇରାଲ୍

Published By : Prameya-News7 Bureau | April 19, 2021 IST

ଆମେରିକା ୧୯/୪: ସାରା ବିଶ୍ୱକୁ ଡରାଉଛି କରୋନା ଭୂତାଣୁ । ଭାଇରସ ଭୟରେ ଲୋକଙ୍କ ବଞ୍ଚିବା ମୁସକିଲ ହୋଇପଡିଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କଥା ସବୁ ଲୋଚଲୋଚନକୁ ଆସୁଛି । ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଆଶ୍ଚର୍ଯ୍ୟକର ଫଟୋ । ଯେଉଁଥିରେ ସାରା ନାମ୍ନୀ ମହିଳା ଜଣଙ୍କ ଓ୍ୱେଡିଂ ଗାଉନ ପିନ୍ଧି ଭ୍ୟାକସିନ୍ ନେଉଛନ୍ତି । ସେ ମଣ୍ଡପ ଯିବା ବଦଳରେ ହସ୍ପିଟାଲ ଆସି ଟିକା ନେଉଛନ୍ତି ।

wp:gallery {"ids":[440478],"linkTo":"none"} /wp:gallery

ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଲୋକେ ପ୍ରଶଂସା କରୁଛନ୍ତି । ବିବାହ ପାଇଁ କେବଳ କନ୍ୟାକୁ ଛାଡିଦେଲେ ପୂରା ପରିବାର ଥିଲେ । ପୂର୍ବରୁ ଟିକାକରଣ ପାଇଁ ସାରା ନିଜର ରେଜିଷ୍ଟ୍ରେସନ କରିଥିଲେ । ତାଙ୍କର ପାଳି ପଡିଥିବାରୁ ସେ ଆଗ ପଛ ବିଚାର ନକରି ସିଧା ସଳଖ ହସ୍ପିଟାଲ ଧାଇଁଥିଲେ । ମେରିଲ୍ୟାଣ୍ଡ କଲେଜ ହସ୍ପିଟାଲ ତରଫରୁ ଏହି ଫଟୋ ସେୟାର କରାଯାଇଛି । ଯେଉଁଥିରେ କ୍ୟାପସନ ରହିଛି 'ୟହାଁ ଦୁଲହନ ଆତି ହେ' ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.