Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ହିଜାବ ପିନ୍ଧିବାରୁ ଆକ୍ରୋଶର ଶିକାର ହେଲେ ମହିଳା, ଜାତିଆଣ ଆକ୍ଷେପ ସହ ଅତ୍ୟାଚାର

29/09/2021 at 10:39 AM

ଅଷ୍ଟ୍ରିଆ ୨୯/୦୯: ହିଜାବ ପିନ୍ଧିଥିବା ମହିଳାଙ୍କୁ ଆକ୍ରମଣକାରୀ ଦେଇଛନ୍ତି ନିର୍ଯାତନା । ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ମୁସଲିମ ମହିଳା ବାରା ବାଲେଟ୍ ହୋଇଛନ୍ତି ଏପରି ଆକ୍ରୋଶର ଶୀକାର । ହିଜାବ ପିନ୍ଧିଥିବାରୁ ମହିଳା ହୋଇଛନ୍ତି ହନ୍ତସନ୍ତ । ବାରା ବାଲେଟଙ୍କ ନିର୍ଯାତନାର କାହାଣୀ ଦୁଃଖଦ, ହୃଦୟ ବିଦାରକ ।

ବସରେ ଯାଉଥିବା ସମୟରେ ଏପରି ଅପମାନର ଶିକାର ହୋଇଛନ୍ତି ମୁସଲିମ୍ ବାରା । ତୁର୍କୀ ବାସିନ୍ଦା ଭାବି ତାଙ୍କୁ ଅପମାନ କରିଥିଲେ ଜଣେ ସ୍ଥାନୀୟ ମହିଳା । କାହିଁକି ହିଜାବ ପିନ୍ଧିଛ କହି ବସରୁ ଓହ୍ଲାଇଯିବାକୁ ଦେଇଥିଲେ ଧମକ । ମୁହଁକୁ ପକାଇଦେଇଥିଲେ ଛେପ । ଅଥଚ ଚୁପଚାପ ଅନ୍ୟ ଲୋକମାନେ ଏହା ଦେଖୁଥିଲେ ବି ଭୟଭୀତ ବାରାଙ୍କ ସପକ୍ଷରେ ବାହାରିନଥିଲେ ।

ନିଜକୁ ଅସୁରକ୍ଷିତ ମନେକରି ବସରୁ ଅଧାବାଟରେ ଓହ୍ଲାଇପଡିଥିଲେ ବାରା ବାଲେଟ୍ । ତଥାପି କମନିଥିଲା ନିର୍ଯାତନା । ଆକ୍ରମଣକାରୀ ମହିଳା ଜଣଙ୍କ ବାରାଙ୍କୁ କରିଥିଲେ ଟଣାଓଟରା । ବାରାଙ୍କ ମୁହଁରେ ଲାଗିଥିଲା ଆଘାତ । ସେ ଯନ୍ତ୍ରଣାରେ ପାଟି କରିଥିଲେ । ଦୃଢ ପ୍ରତିବାଦ ସହ ବାରା ନିଜ ଫୋନରେ ଘଟଣାର ରେକର୍ଡିଂ କରିଥିଲେ । ପଳାଇଯାଇଥିଲେ ଆକ୍ରମଣକାରୀ ।

   Related Posts