ମହିଳାଙ୍କୁ ତଣ୍ଟି ଚିପି ହତ୍ୟା, ପିନ୍ଧିଥିବା ୩ ଭରି ସୁନା ଲୁଟି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 11, 2021 IST

ସାନଖେମୁଣ୍ଡି ୧୧।୦୧: ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ସହ ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜରଡା ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମରେ ଘଟିଛି। ମୃତ ମହିଳା ହେଲେ ମୁକୁତା ପ୍ରଧାନ(୬୦)। ଘଟଣା ସ୍ଥଳରେ ଜରଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ବୃଦ୍ଧ ମହିଳା ଜଣଙ୍କ ବିଧବା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଘରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ କେହି ତଣ୍ଟି ଚିପି ହତ୍ୟା କରିଛି । ନାକରୁ ରକ୍ତ ବାହାରିବା ସହିତ ଘର ଭିତରେ ମହିଳାଙ୍କ ମୃତ ଶରୀର ପଡି ରହିଥିବା ଦେଖିବାକୁ ମିଳିଥିଲା। ହତ୍ୟାର କାରଣ ସ୍ପଷ୍ଟ ହୋଇଥିବା ନଥିବା ବେଳେ ସୁନା ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ଶରୀରରୁ ତିନି ଭରି ଓଜନର ସୁନା ଲୁଟ୍ ମଧ୍ୟ ହୋଇଥିବା ଜଣା ପଡିଛି। ଘଟଣାସ୍ଥଳରେ ଜରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.