ଗୁଗୁଲ୍ ମ୍ୟାପ୍ ଯୋଗୁଁ ବିପଦରେ ପଡିଲା ମହିଳାଙ୍କ ଜୀବନ, ସୋସିଆଲ ମିଡିଆରେ କହିଲେ ନିଜର ଦୁଃଖ...

Published By : Prameya-News7 Bureau | November 01, 2021 IST

ମାଡ୍ରିଡ୍ ୦୧।୧୧ : ପ୍ରାୟତଃ ସମସ୍ତେ ରାସ୍ତା ଜାଣିନଥିଲେ ଗୁଗୁଲ୍‌ ମ୍ୟାପ୍‌ ଦେଖି ସଠିକ୍‌ ସ୍ଥାନରେ ପହଞ୍ଚିଥାନ୍ତି । କିନ୍ତୁ କେବେ ଜାଣିଛନ୍ତି କି ଗୁଗୁଲ୍‌ ମ୍ୟାପ୍ ଯୋଗୁଁ କିଏ ଅସୁବିଧାରେ ପଡିବାର । ହେଲେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ଜଣେ ମହିଳାଙ୍କ ଜୀବନ ଅସୁବିଧାରେ ପଡିଲା । ବାସ୍ତବରେ ଏହା ଘଟିଥିଲା ​​ଯେ ମହିଳା କିଛି ସମୟ ପୂର୍ବରୁ ସ୍ପେନରେ ପହଞ୍ଚିଥିଲେ । ବଜାରରେ ସପିଂ କରିବା ପରେ ଘରକୁ ଫେରିବାବେଳେ ସେ ଗୁଗୁଲ୍ ମ୍ୟାପ୍ସ ବ୍ୟବହାର କରିଥିଲେ, ଯାହାଫଳରେ ସେ ରାସ୍ତା ଭୁଲି ପାରିବେ ନାହିଁ । କିନ୍ତୁ ଗୁଗୁଲ୍ ମ୍ୟାପ୍ ତାଙ୍କୁ ଏପରି ଏକ ସ୍ଥାନକୁ ନେଇଗଲା ଯାହା ସର୍ଟକଟ୍ ହେବ । ମହିଳା ଜଣକ କିଛି ବୁଝିବା ପୂର୍ବରୁ ଜଣେ ଅପରାଧୀ ତାଙ୍କୁ ଧରି ମାର ପିଟ୍‌ କରିଥିଲେ।

ତେବେ ସୂଚନା ଅନୁଯାୟୀ ମହିଳା ଜଣକ ସୋସିଆଲ ମିଡିଆ ସାଇଟ୍‌ରେ ନିଜର ଦୁଃଖ ବିଷୟରେ ବର୍ଣ୍ଣନା କରିଛନ୍ତି। କହିଛନ୍ତି ଯେ ସେ କିଛି ସମୟ ପୂର୍ବରୁ ସ୍ପେନକୁ ଯାଇଥିଲେ। ବଜାରରେ ସପିଂ କରିବା ପରେ, ସେ ଫେରିବା ବାଟରେ କିଛି ମାତ୍ରାରେ ଦ୍ୱନ୍ଦ୍ୱରେ ପଡିଥିଲେ, ତେଣୁ ସେ ଗୁଗୁଲ୍ ମ୍ୟାପ୍ସକୁ ଖୋଲିଥିଲେ ମ୍ୟାପ୍‌ ଅନୁଯାୟୀ ସେ କୁଖ୍ୟାତ ଅଞ୍ଚଳରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଲୁଟ୍ କରାଯାଇଥିଲା।

ମହିଳା ଜଣକ କହିଥିଲେ, 'ମୁଁ ଏଲ୍ ଭାସି ପଡ଼ିଆରେ ପହଞ୍ଚିବା ମାତ୍ରେ ଜଣେ ବ୍ୟକ୍ତି ମୋ ପାଖକୁ ଆସି ମୋ ପର୍ସ ଛଡ଼େଇ ନେବାକୁ ଲାଗିଲେ। ମୁଁ ଯେତେବେଳେ ବିରୋଧ କଲି, ସେତେବେଳେ ମୋ ମୁଥା ବିଧା ମାରିବା ଆରମ୍ଭ କଲା । ପରେ ମୋର ଆଖି ଯେତେବେଳେ ଖୋଲିଲା, ମୁଁ ଡାକ୍ତରଖାନାରେ ଥିଲି । ଏନେଇ ହସ୍ପିଟାଲ୍ କର୍ମଚାରୀ କହିଥିଲେ ଯେ ସେହି ଅଞ୍ଚଳକୁ ଯିବାର ଆବଶ୍ୟକତା କ’ଣ ସେହି ସ୍ଥାନ ଅପରାଧୀଙ୍କ ପାଇଁ ପ୍ରସିଦ୍ଧ । ଅନ୍ୟପଟେ ମହିଳାଙ୍କ କହିବାନୁସାରେ, ପରଦିନ ଯେତେବେଳେ ସେ ପୋଲିସ ଷ୍ଟେସନକୁ ଯାଇ ଘଟଣା ବିଷୟରେ ଜଣାଇବାକୁ ଗଲି ଅଧିକାରୀମାନେ ମଧ୍ୟ ସେଠାକୁ ଯିବାର କାରଣ ପଚାରିଥିଲେ। ଅପରାଧିକ ଘଟଣା ପାଇଁ ଏହି ଅଞ୍ଚଳ କୁଖ୍ୟାତ ବୋଲି ମଧ୍ୟ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.