ବିଲ୍ ପାସ୍ ନହେବାରୁ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଦେହରେ କିରୋସିନି ଢାଳି ମହିଳା ୱାର୍ଡମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | April 29, 2021 IST

ସୋର ୨୯।୪: ବିଲ୍ ପାସ୍ ନହେବାରୁ ବ୍ଲକ୍ କାର୍ଯ୍ୟାଳୟ ଅଗରେ ଦେହରେ କିରୋସିନି ଢାଳି ମହିଳା ୱାର୍ଡମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ । ଖବର ନେବାରୁ ଜଣାପଡିଛି ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ତେଣ୍ଟେଇ ପଞ୍ଚାୟତ ୧୧ନଂ ୱାର୍ଡର ସଭ୍ୟା ଭାନୁମତୀ ମହାଳିକ ୨୦୧୮/୧୯ ଆର୍ଥିକ ବର୍ଷରେ ସିଏଫସି ସ୍କିମରେ ଏକ ୱାଲ କାମ କରିଥିଲେ ଯାହାର କାର୍ଯ୍ୟାଦେଶ ପିଇଓ ନାଁରେ ଥିଲା । ମାତ୍ର କାମ କରିସାରିବା ପରେ ବିଲ୍ ପାଇଁ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବାପରେ ଆଜି ଶେଷରେ ଆଜି ବ୍ଲକ୍ କାର୍ଯ୍ୟାଳୟ ଆଗରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ପୋଲିସ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.