Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଟ୍ରକ୍ ଡ୍ରାଇଭରଙ୍କ ମନମାନୀ, ଆମ୍ବୁଲାନ୍ସକୁ ଛାଡିଲେନି ବାଟ : ୧୫ଦିନର ଶିଶୁକୁ ଧରି ଅଢେଇ କି.ମି. ଚାଲି ଚାଲି ଗଲେ ମହିଳା

20/10/2020 at 11:28 AM

ତେଲକୋଇ ୨୦।୧୦: ତେଲକୋଇରେ ପୁଣି ଜନନୀ ଯନ୍ତ୍ରଣା । ୧୫ ଦିନର ଶିଶୁ ପୁତ୍ରକୁ ମେଡିକାଲ ନେବାପାଇଁ ଅଢେଇ କିଲୋମିଟର ଚାଲିଲେ ପ୍ରସୂତୀ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ।

ସୂଚନାଯୋଗ୍ୟ ଯେ, ସଲେଇକେନା ଗାଁ ମଶାଣୀ ସାହିର ପ୍ରସୂତୀ ମହିଳା ଉପାସୀ ମୁଣ୍ଡାଙ୍କ ୧୫ଦିନର ଶିଶୁ ଅସୁସ୍ଥ ହେବାରୁ ମେଡିକାଲ ନେବାପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରି ଡାକିଥିଲେ । ତେବେ ସଲେଇକେନା ରୁଗୁଡିହ ରାସ୍ତାରେ ଗୋଟିଏ ଆଇରନ ବୋଝେଇ ୧୦ଚକିଆ ଟ୍ରକ ମଝି ରାସ୍ତାରେ ଛିଡା ହୋଇଥିବାରୁ ଆମ୍ବୁଲାନ୍ସଟି ଗାଁକୁ ଯାଇପାରିନଥିଲା । ଅଢେଇ କିଲୋମିଟର ରାସ୍ତା ଚାଲିବା ପରେ ସ୍ବାମୀ ଦଶହରା ମୁଣ୍ଡାଙ୍କ ସହିତ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ ପ୍ରସୂତୀ ମହିଳା । କଅଁଳ ଶିଶୁକୁ ଧରି ତେଲକୋଇ ମେଡିକାଲରେ ପହଞ୍ଚିଲା ପରେ ପିଲାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସଲେଇକେନା ରୁଗୁଡିହ ରାସ୍ତା ମଝିରେ ୧୦ଚକିଆ ଆଇରନ ବୋଝେଇ ଟ୍ରକକୁ ଛିଡା କରି ଡ୍ରାଇଭର ମଦ ପିଇବା ପାଇଁ ଚାଲି ଯାଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଗାଡିଟି ବ୍ରେକ୍ ଡାଉନ୍ ହୋଇଥିବା ମଧ୍ୟ କୁହାଯାଉଛି । ତେବେ ଆଇରନ ଟ୍ରକ୍ ଗୁଡିକ ପରମିଟ୍ ଥିବା ୪୯ ନମ୍ବର ଜାତୀୟ ରାଜପଥ  ରୁଟରେ ନଯାଇ ତେଲକୋଇର ବିଭିନ୍ନ ଗଳି ରାସ୍ତାରେ ଯିବା ଆସିବା କରୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଆକ୍ସନ ମୋଡକୁ ଆସିଥିଲା । ସୋମବାର ବିଳମ୍ବିତ ରାତିରେ ଉକ୍ତ ରାସ୍ତାରୁ ୧୦ ଚକିଆ ଟ୍ରକକୁ ରାସ୍ତାରୁ ହଟାଇ ଦେଇଥିବା ଜଣାପଡିଛି ।

   Related Posts