ଲିଭ-ଇନ୍ ପାର୍ଟନରକୁ ଖାଦ୍ୟରେ ରକ୍ତ ମିସାଇ ଖାଇବାକୁ ଦେଉଥିଲା ମହିଳା, ଜାଣନ୍ତୁ କାରଣ

Published By : Prameya-News7 Bureau | June 30, 2019 IST

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ତନ୍ତ୍ରମନ୍ତ୍ର ସମ୍ପର୍କିତ ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନରେଲା ଇଣ୍ଡଷ୍ଟ୍ରିୟଲ ଏରିଆରେ ଜନୈକା ମହିଳା ତାଙ୍କ ଲିଭଇନ୍ ପାର୍ଟନରଙ୍କୁ ନିଜ ବସରେ ରଖିବା ପାଇଁ କଳାଯାଦୁର ସାହାରା ନେଉଥିଲେ। ତେବେ ଏହା ଜଣାପଡିବା ପରେ ସମ୍ପୃକ୍ତ ପାର୍ଟନର ତାଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ଫଳରେ  ମହିଳା ଗୁରୁତର ଆହତ ହୋଇଥିବା ବେଳେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

{"id":129022}

ମିଳିଥିବା ସୂଚନା ଅନୁସାରେ ଲିଭି-ଇନ୍ ପାର୍ଟନରଙ୍କ ଏଭଳି ଅସ୍ୱାଭାବିକ ହରକତରେ ଅତିଷ୍ଠ ହୋଇ ଏଭଳି ମାଡ ମାରିଥିବା କହିଛନ୍ତି ଯୁବକ। ପୋଲିସ ଯୁବକଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନାମ ଅରୁଣ ବୋଲି ଜଣାପଡିଛି। ପୋଲିସ ତଦନ୍ତରୁ ମହିଳା ଓ ତାଙ୍କ ପାର୍ଟନର ଉଭୟ ବିବାହିତ ଓ ସେମାନେ ବିହାର ରାଜ୍ୟର। ଅଭିଯୁକ୍ତ ମହିଳାଙ୍କର ସମ୍ପର୍କିୟ ଦିଅର ହେବେ। ସେମାନେ ଗତ ପ୍ରାୟ ଅଢେଇବର୍ଷ ହେବ ଦିଲ୍ଲୀରେ ଏକତ୍ର ରହୁଥିଲେ। ତେବେ ମହିଳାଜଣକ ଆଜାଦପୁର ଅଞ୍ଚଳର କୌଣସି ତାନ୍ତ୍ରିକଙ୍କ ପ୍ରରୋଚନାରେ ପଡି ଏଭଳି କରୁଥିଲେ ବୋଲି ଅରୁଣ କହିଛନ୍ତି।

{"id":129023}

ମହିଳା କେବେ ଅରୁଣଙ୍କ ଖାଦ୍ୟରେ ରକ୍ତ ମିସାଇ ପରଶୁଥିଲେ ତ କେବେ ତାଙ୍କ ପିନ୍ଦା ଲୁଗା, ସାର୍ଟ ପ୍ୟାଣ୍ଟ କାଟି କପଡା ନେଇଯାଉଥିଲେ। ତେବେ ଏ ସବୁ ନେଇ ସେ କରୁଥିଲେ କଣ ତାହା ଜାଣିବା ପରେ ଅରୁଣ ଉତକ୍ଷିପ୍ତ ହୋଇ ମହିଳାଙ୍କୁ ମାରପିଟ କରିଥିଲେ। ତେବେ ମହିଳା ଏବେ ଗୁରୁତର ହୋଇପଡିଥିବା ବେଳେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.