ଅଧିକସନ୍ତାନ ଚାହୁଁ ନଥିଲେ ଦମ୍ପତ୍ତି। ଏଣୁ ମହିଳା ପାରମ୍ପରିକ ଗର୍ଭ ନିରୋଧ ‘କପର ଟି’ ଗ୍ରହଣ କରିଥିଲେ। ହେଲେ ବିଡମ୍ବନା ୪ ମାସ ପରେ ପୁଣି ଗର୍ଭବତୀ ହୋଇଥିଲେ ମହିଳା। ଏବେ ଶିଶୁକୁ ଜନ୍ମ ଦେଇଥିବା ବେଳେ ସେ ହାତରେ କପରଟିକୁ ଧରିଜନ୍ମ ହୋଇଛି । ମହିଳା ତାଙ୍କ ନବଜାତ ଶିଶୁପୁତ୍ରର ଫଟୋ ସୋସାଲ ମିଡିଆରେ ଅପଲୋଡ କରିଛନ୍ତି। ଯାହାର ଶିର୍ଶକ ରଖିଛନ୍ତି 'Mirena Fail!' ଏବେ ଏହି ଫଟୋ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
{"id":116654}ଶିଶୁର ମା ଲୁସି ସୋସାଲ ମିଡିଆରେ ଅପଲୋଡ କରିଥିବା ଫଟୋକୁ ଏପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ଲୋକ ସେୟାର କରିଛନ୍ତି । ଯାହା ଏବେ ଗର୍ଭ ନିରୋଧକକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମା ପେଟରେ ଶିଶୁ ହାତକୁ ଏହି ଜିନିଷଟି ଗଲା କେମିତି? ହୁଏତ ତ୍ରୁଟିପୂର୍ଣ୍ଣ ଭାବେ ଲଗାଯାଇଥିଲା, ନଚେତ କପରଟି ଲଗାଇଥିବା ସ୍ବାସ୍ଥ୍ୟକର୍ମୀ ଦାୟିତ୍ବହୀନ ଭାବେ ଲଗାଇଥିଲେ। ତେବେ ଯାହା ହେଉନା କାହିଁକି ଘଟଣାରୁ ଏହା ପୁଣିଥରେ ସ୍ପଷ୍ଟ ହୋଇଛି ଯାହାକ ହେବାକୁ ଥିବ ତାହା ନିଶ୍ଚିତ ହେବ।
{"id":116655}ତେବେ ସବୁଠାରୁ ବଡକଥା ହେଲା ଶିଶୁରେ ହାତରେ କପରଟି ଲାଗି ବାହାରି ଆସିବା ମାର ଜୀବନ ରକ୍ଷା କରିଦେଇଛି । ନଚେତ ଏହା ଶରୀର ଭିତରେ ରହି ଯେଉଁ ସମସ୍ୟା ସୃଷ୍ଟି କରିଥାନ୍ତା,ତାହା ମହିଳାଙ୍କ ଜୀବନକୁ ନର୍କ କରିଦେଇଥାନ୍ତା। ଏଣୁ ସୋସାଲ ମିଡିଆରେ ମହିଳା ପୋଷ୍ଟ କରିଥିବା ପ୍ରସଙ୍ଗ ଏବେ ବେସ୍ ରୋଚକ ହୋଇଛି ।