ସାଉଥ ଅଭିନେତା ଥଲା ଅଜିତଙ୍କ ଘର ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଆଣିଲେ ଗୁରୁତର ଅଭିଯୋଗ

Published By : Prameya-News7 Bureau | October 06, 2021 IST

ନୂଆଦିଲ୍ଲୀ ୦୬/୧୦: ସାଉଥର ଲୋକପ୍ରିୟ ଅଭିନେତା ଥଲା ଅଜିତ ଏବେ ଚର୍ଚ୍ଚାରେ। ସେ ତାଙ୍କର କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଜଣେ ମହିଳାଙ୍କ କାରଣରୁ ଚର୍ଚ୍ଚାରେ ଆସିଛନ୍ତି। ସୋସିଆଲ ମିଡିଆରେ ଜଣେ ମହିଳା ହସ୍ପିଟାଲ କର୍ମଚାରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଅଜିତଙ୍କ ଘର ଆଗରେ ନିଜକୁ ନିଆଁ ଲଗାଇବାକୁ ଚେଷ୍ଟା କରୁଛନ୍ତି ଏବଂ ତାଙ୍କୁ ଅଟକାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି। ସେହି ମହିଳାଙ୍କ ମଧ୍ୟ ଅଭିନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

wp:html /wp:html

ସୂଚନା ଅନୁଯାୟୀ,ପୀଡିତାଙ୍କ ନାମ ଫରଜାନା। ସେ ହସ୍ପିଟାଲରେ ଚାକିରୀ କରନ୍ତି। ହସ୍ପିଟାଲରେ ତାଙ୍କ ଚାକିରୀ ଯିବାରୁ ସେ ଏପରି କରିଥିବା ଜଣାପଡିଛି। ତାଙ୍କୁ ଚାକିରୀରୁ ସେତେବେଳେ ବାହାର କରାଯାଇଥିଲା ଯେତେବେଳେ ଅଜିତ ଏବଂ ଶାଲିନୀ ତାଙ୍କ ହସ୍ପିଟାଲକୁ ଆସିଥିଲେ ଏବଂ ସେ ତାଙ୍କ ସହ ଭିଡିଓ କରିଥିଲେ। ଚାକିରି ଯିବା ପରେ ସେ ଅଭିନେତା ଏବଂ ତାଙ୍କ ପତ୍ନୀ ଶାଲିନୀଙ୍କୁ ଭେଟିବା ପାଇଁ ଅନେକ ଚେଷ୍ଟା କରିଥିଲେ ଯେପରି ତାଙ୍କୁ ସେହି ଚାକିରି ପୁଣିଥରେ ମିଳିଯାଉ। କିନ୍ତୁ ସେମାନେ ତାହା କରିବାକୁ ମନା କରି ଦେଇଥିଲେ। ଯାହାପରେ ମହିଳା ଏହି ପଦକ୍ଷେପ ନେଇଛନ୍ତି।

ତେବେ ଘଟଣାକୁ ରୋକିବା ପାଇଁ ପୋଲିସ ଅଜିତଙ୍କ ଘର ପାଖରେ ପହଞ୍ଚି ମହିଳାଙ୍କୁ ଗିରଫ କରିଛି। ତାଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.