ପୋଲିସ ଦୂରଦୂର୍ ମାରମାର୍ କରୁଥଲା, ଏସପିଙ୍କ ଅଫିସରେ ନିଜ ଦେହରେ ନିଜେ ନିଆଁ ଲଗାଇଦେଲେ ମହିଳା, ଜାଣନ୍ତୁ କେଉଁଠି ?
16/12/2019 at 4:49 PM

ଉନ୍ନାଓ ୧୬।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ପୋଲିସ ଅବହେଳାର ଶିକାର ଜଣେ ପୀଡିତା ସୋମବାର ଏସପି ଅଫିସ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି। ମହିଳା ପୋଲିସ କର୍ମଚାରୀମାନେ କମ୍ବଳ ପକାଇ ମହିଳାଙ୍କ ଜୀବନ ରକ୍ଷା କରିବା ସହ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ମହିଳାଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
उन्नाव में एक युवती ने कप्तान के दफ्तर के सामने आग लगाई , पुलिस ने आग बुझाकर , अस्पताल में एडमिट कराया….
— Gaurav Singh Sengar (@sengarlive) December 16, 2019
रेप पीड़िता बताई जा रही युवती…
ମିଳିଥିବା ସୂଚନା ଅନୁସାରେ ଆତ୍ମଦାହ ଉଦ୍ୟମ କରିଥିବା ମହିଳା ହସନ ଗଞ୍ଜ ଥାନା ଅଞ୍ଚଳର। ତାଙ୍କପ୍ରତି ହୋଇଥିବା ଦୁଷ୍କର୍ମ ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ବଦଳେ କୋର୍ଟରୁ ଅଗ୍ରୀମ ଜାମିନ ଆଣିବାକୁ ସୁଯୋଗ ଦେଇଥିଲା। ଏଣୁ ଅଭିଯୁକ୍ତର ଗିରଫ ଷ୍ଟେ ହୋଇଯାଇଥିବା ବେଳେ ସେ ଗାଁରେ ମିଠେଇ ବାଣ୍ଟିବା ଘଟଣା ପୀଡିତାଙ୍କୁ ବ୍ୟଥୀତ କରିଥିଲା। ଏଣୁ ସେ ସୋମବାର ଅଫିସ ଖୋଲିବା ପରେ ଏସପିଙ୍କ କାର୍ଯ୍ୟାଳୟକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛି।
मामले पर कप्तान उन्नाव का बयान- pic.twitter.com/MCgBS9ZJZy
— Gaurav Singh Sengar (@sengarlive) December 16, 2019
ଉନ୍ନାଓ ବିହାର ଥାନା ଅଞ୍ଚଳରେ ଅଭିଯୁକ୍ତ କିଛି ଦିନ ତଳେ ଜନୈକା ଦୁଷ୍କର୍ମ ପୀଡିତାଙ୍କୁ କିରୋସିନ ଢାଳି ହତ୍ୟା ଉଦ୍ୟମ କରିଥିଲେ। ପରେ ପୀଡିତା ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ବେଳେ ନୂଆ ଘଟଣା ଏବେ ଜିଲ୍ଲା ପୋଲିସର କାର୍ଯ୍ୟନିଷ୍ଠତା ଉପରେ ପ୍ରଶ୍ନବାଚୀ ଛିଡା କରିଛି। ଗୋଟିଏ ପଟେ ପୋଲିସ ପୀଡିତାଙ୍କ ଅଭିଯୋଗର କାର୍ଯ୍ୟାନୁଷ୍ଠାନ କରୁନଥିବା ବେଳେ ଅନ୍ୟପଟେ ସେମାନଙ୍କୁ କୋର୍ଟରୁ ଜାମିନ ଆଣିବାରେ ସହାୟତା କରୁଛି। ରାଜ୍ୟର କୋର୍ଟ ବି ଏଭଳି ଅପରାଧ ମାମଲାରେ କିପରି ଜାମିନ ପ୍ରଦାନ କରୁଛନ୍ତି ସେ ନେଇ ନ୍ୟାୟପାଳିକାଙ୍କ ସ୍ୱଚ୍ଛତା ଉପରେ ବି ଏବେ ପ୍ରଶ୍ନ ଚିହ୍ନ ଲାଗିଛି।