Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ମହାରାଷ୍ଟ୍ରରରେ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍‌ ମୃତ

16/07/2021 at 9:05 PM

ମୁମ୍ବାଇ ୧୬/୭: ମହାରାଷ୍ଟ୍ରର ଜଳଗ୍ରାମରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ଇନଷ୍ଟ୍ରକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଟ୍ରେନି ଗୁରୁତର ହୋଇଛନ୍ତି। ଏହି ଏୟାରକ୍ରାଫ୍ଟ NMIMS ଏକାଡେମି ଅଫ ଏଭିଏସନ୍‌ର ବୋଲି ଜଣାପଡ଼ିଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘଟଣାରେ ଶୋକ ପ୍ରକାଶ କରିଥିବା ବେଳେ ଯାଞ୍ଚ ଟିମ୍‌କୁ ଘଟଣାସ୍ଥଳକୁ ପଠାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ମଧ୍ୟ ପହଞ୍ଚିଛନ୍ତି।

ଏହି ଦୁର୍ଘଟଣା ସତପୁରା ଅଞ୍ଚଳରେ ଥିବା ବର୍ଦିଗ୍ରାମ ପାଖରେ ଘଟିଛି । ସନ୍ଧ୍ୟା ୫.୧୫ରେ ଦୁର୍ଘଟଣା ନେଇ ଖବର ମିଳିବା ପରେ ବିଭାଗୀୟ ଅଧିକାରୀଙ୍କ ଏକ ଟିମ୍‌ ମଧ୍ୟ ପହଞ୍ଚିଛନ୍ତି। ଦୁର୍ଘଟଣାରେ ବିମାନ ଉଡ଼ାଉଥିବା ପାଇଲଟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଟ୍ରେନି ଗୁରୁତର ହୋଇଛନ୍ତି ।

   Related Posts