ନା ଗୁଗଲ୍ ପେ, ନା ଫୋନ ପେ, ସିଧା ପକେଟ୍ ପେ: ମହିଳା ଟ୍ରାଫିକ୍ ପୋଲିସ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍

Published By : Prameya-News7 Bureau | December 19, 2020 IST

ପିମ୍ପରି ୧୯/୧୨ : ଇଣ୍ଟରନେଟରେ ଏକ ଭିଡିଓ ଖୁବ ଭାଇରାଲ୍ ହେଉଛି। ଭିଡିଓରେ ଦୁଇଜଣ ମହିଳା ଏକ ସ୍କୁଟିରେ ଯାଉଥିବା ବେଳେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଛି। ଭିଡିଓଟି ପିମ୍ପରି ଛିଞ୍ଚୱାଡ଼ର। ମହିଳା ଟ୍ରାଫିକ ପୋଲିସ ଦୁଇ ମହିଳାଙ୍କୁ ଅଟକାଇ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଏବଂ ଅନ୍ୟାୟ କାଗଜପତ୍ର ଦେଖାଇବାକୁ କହିଥିବା ଭିଡିଓ ଦେଖି ଅନୁମାନ କରାଯାଉଛି। ଏତିକିବେଳେ ଜଣେ ମହିଳା ଟ୍ରାଫିକ୍ ପୋଲିସ ଆଡକୁ ଯାଇ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି।

{"id":379840,"sizeSlug":"large","linkDestination":"none"}

ଟ୍ରାଫିକ୍ ପୋଲିସ ଓ ମହିଳାଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଥିଲା ତାହା ସ୍ପଷ୍ଟ ହୋଇନି। କିନ୍ତୁ ଟ୍ରାଫିକ୍ ପୋଲିସ ସହ କଥାବାର୍ତ୍ତା ହେବାପରେ ମହିଳା ନିଜ ପକେଟରୁ ଟଙ୍କା କାଢି ଟ୍ରାଫିକ ପୋଲିସଙ୍କ ପକେଟରେ ପୁରେଇ ଦେଇଥିଲେ। ଆଉ ଜଣେ ମହିଳା ସ୍କୁଟି ଉପରେ ବସିଥିଲେ। ସ୍କୁଟି ଚଳାଉଥିବା ମହିଳା ଜଣକ ହେଲମେଟ୍ ମଧ୍ୟ ପିନ୍ଧିନଥିଲେ। 

wp:embed {"url":"https://twitter.com/mat_jane_de_yar/status/1339741529200443392","type":"rich","providerNameSlug":"twitter","responsive":true,"className":""}
https://twitter.com/mat_jane_de_yar/status/1339741529200443392
/wp:embed

ମହିଳାଙ୍କ ଠାରୁ ଲାଞ୍ଚ ପାଇବା ପରେ ମହିଳା ଟ୍ରାଫିକ୍ ପୋଲିସ ଦୁଇ ମହିଳାଙ୍କୁ ଛାଡି ଦେଇଥିଲେ ଏବଂ ସେମାନେ ସେଠାରୁ ଚାଲି ଯାଇଥିଲେ। ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହୋଇଛି। ଭିଡିଓରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି। ହେଲମେଟ୍ ଓ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଓ ଟ୍ରାଫିକ୍ ନିୟମକୁ ନେଇ ସାରା ଦେଶରେ ନିୟମ କଡାକଡି ହୋଇଥିବାବେଳେ ଟ୍ରାଫିକ୍ ପୋଲିସ ନିଜେ ଲାଞ୍ଚ ନେଇ ଲୋକଙ୍କୁ ଛାଡି ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.