Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଦୁଇ କନ୍ୟା ସନ୍ତାନ ଜନ୍ମ ଦେଲେ ବୋଲି ଶାଶୁଘରଲୋକ ଦେଲେ ନିର୍ଯାତନା, ମାଡ ମାରିବା ସହ ପୋଡି ମାରିଦେବାକୁ ଉଦ୍ୟମ !

17/07/2021 at 10:03 AM

ଜଳେଶ୍ବର ୧୭।୭: ସରକାର କନ୍ୟା ସନ୍ତାନ ଜନ୍ମ ଓ ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି । ଏହା ପରେ ବି ଆଜିର ଶିକ୍ଷିତ ସମାଜରେ ଦୁଇଟି କନ୍ୟା ସନ୍ତାନକୁ ଜନ୍ମଦେଇ ସ୍ଵାମୀ ଓ ପରିବାର ସଦସ୍ୟଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି ମହିଳା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଅମର୍ଦ୍ଦା ରୋଡ୍ ଫାଣ୍ଡି ଚାରିଗାଁରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚାରିଗାଁ ଗ୍ରାମର ଜମିର ଖାଁ ବସ୍ତା ଥାନା ବିଦ୍ୟାଧରପୁର ବସ୍ତିରୁ ମୂର୍ଶିଦା ବିବିଙ୍କୁ ବିବାହ କରିଥିଲେ।  ବିବାହର ଏକ ବର୍ଷ ପରେ ମୂର୍ଶିଦା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।  ପରେ ତାଙ୍କ ସ୍ଵାମୀ , ଶାଶୁ ସହିତ ପରିବାର ଲୋକ ତାଙ୍କୁ ବାରମ୍ବାର ଶାରୀରିକ ମାନସିକ ନିର୍ଯାତନା ଦେଇଆସୁଥିଲେ।  ଅଧିକ ଯୌତୁକ ଆଣିବାକୁ ମଧ୍ୟ ବାଧ୍ୟ କରୁଥଲେ ଶାଶୁ ଘର ଲୋକ। ଏମିତି ତିନି ବର୍ଷ ଅତିକ୍ରମ କରିବା ପରେ ମୂର୍ଶିଦା ପୁଣି ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲେ। ଏହାପରେ ଶାଶୁ ଘର ପରିବାର ପକ୍ଷରୁ ଶାରୀରିକ ଓ ମାନସିକ  ଅତ୍ୟାଚାର ବଢି ଯାଇଥିଲା ।  ସ୍ବାମୀ ଚାରି ବର୍ଷ ଧରି ବାହାର ରାଜ୍ୟକୁ ଯାଇ ଆଉ ଘରକୁ ଫେରୁନଥିବା ବେଳେ ଶାଶୁ, ଶ୍ବଶୁର, ନଣନ୍ଦ, ଦିଅରଙ୍କ ଆକ୍ରୋଶର ଶିକାର ହେଉଛନ୍ତି ମୂର୍ଶିଦା । ମାଡ ଗାଳି ସହିତ ନିଆଁ ଲଗାଇ ପୋଡି ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ପରିବାର ଲୋକେ।  ଅତ୍ୟାଚାର ଆଉ ସହି ନପାରି ବାପଘର ଲୋକଙ୍କ ସହାୟତାରେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୂର୍ଶିଦା ।  ପୋଲିସ ଉକ୍ତ ଅଭିଯୋଗ ଆଧାରରେ ୨୦୫/୨୧  ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।  ତେବେ ସମାଜରେ ଘଟୁଥିବା ଏପରି ଘଟଣାକୁ ନିନ୍ଦା କରିଛନ୍ତି ଆଇନଜୀବୀ ଜ୍ୟୋତ୍ସ୍ନା ମହାନ୍ତି ଏବଂ ତୁରନ୍ତ ଆସାମୀମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

   Related Posts