ଭୋପାଳ ୬/୧- ଭୋପାଳ ସହରରେ ଶନିବାର ରାତିରେ ଏକ ପାରିବାରିକ କଳିର ଅଦ୍ଭୁତ ସ୍ଥିତିରେ ହସ୍ତକ୍ଷେପ କରି ନୟାନ୍ତ ହେଲା ପୋଲିସ । ତଥାପି ସମାଧାନର ବାଟ ବାହାରିଲାନି । ପ୍ରବଳ ଶୀତରେ ତିନି ଶିଶୁଙ୍କ ସହ ଅସହାୟ ବାପ ଶେଷରେ ପୋଲିସ ସହାୟତାରେ ଦୁଇ ଝିଅଙ୍କ ଲାଗି ଆଶ୍ରୟଟିଏ ଯୋଗାଡ କଲେ । କିନ୍ତୁ ବାପ-ପୁଅ ଅନ୍ୟ ସ୍ଥାନରେ ମୁଣ୍ଡ ଗୁଞ୍ଜିଲେ ।
ଶନିବାର ରାତି ୧୧ ଟା ବେଳେ ଅଶୋକା ଗାର୍ଡେନ ପୋଲିସ ଷ୍ଟେସନରେ ଜଣେ ବ୍ୟକ୍ତି ପହଞ୍ଚି ଲୋଡିଲେ ପୋଲିସ ହସ୍ତକ୍ଷେପ । ତାଙ୍କ ଅଭିଯୋଗ ହେଲା, ରାତିରେ ତାଙ୍କୁ ଏବଂ ତାଙ୍କ ତିନି ପିଲାଙ୍କୁ ତାଙ୍କ ସ୍ତ୍ରୀ ଘରୁ ବାହାର କରିଦେଇଛନ୍ତି ।ଘରୋଇ ପାଟିତୁଣ୍ଡରୁ ମହିଲା ଜଣକ ସ୍ବାମୀ ଏବଂ ତିନି ପିଲାଙ୍କୁ ଘରୁ ବାହାର କରିଦେଇ ଭିତରୁ କବାଟ ଦେଇଦେଇଥିଲେ । ବାରମ୍ବାର ଉଦ୍ୟମ ପରେ ବି ସ୍ବାମୀ ତାଙ୍କୁ ବୁଝାଇପାରିନଥିଲେ । ମହିଳା ଜଣକ ବି ଏପରି ଜିଦଖୋର ଯେ, ସେ ପ୍ରବଳ ଶୀତରେ ପିଲାଙ୍କ କଷ୍ଟ କିମ୍ବା ସ୍ବାମୀଙ୍କ ଅନୁରୋଧ ତାଙ୍କ ମନ ତରଳାଇ ନଥିଲା । ଆଉ ଏପଟେ ୧୫ ଓ ୧୧ ବର୍ଷର ଦୁଇ ଝିଅ ଏବଂ ୧୩ ବର୍ଷର ପୁଅକୁ ଧରି କୁଆଡେ ଯିବେ ସେ ଚିନ୍ତାରେ ଥିଲେ ବିଚରା ବ୍ୟକ୍ତି ଜଣକ ।ତେଣୁ ସେ ବାଧ୍ୟ ହୋଇ ପୋଲିସ ପାଖକୁ ଯାଇଥିଲେ । ପୋଲିସ ଘଟଣାସ୍ଥଳକୁ ଆସି ମହିଳାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି, ମହିଳା ଜଣକ ଘର କବାଟ ଖୋଲି ନଥିଲେ ।ଶେଷରେ ଦୁଇ ଝିଅଙ୍କ ଲାଗି ଏକ ନିରାପଦ ଆଶ୍ରୟସ୍ଥଳଟିଏ ଯୋଗାଡ କରିଦେବାକୁ ପୋଲିସକୁ ଅନୁରୋଧ କରିଥିଲେ ବ୍ୟକ୍ତି ଜଣକ ।
ଶୀତ ରାତିରେ ଦୁଇ ଛେଟ ଛେଟ ଝିଅ ଏକ ନିରାପଦ ସ୍ଥାନରେ ଆଶ୍ରୟନେବା ହିଁ ବାପାଙ୍କ ଲାଗି ଚିନ୍ତାର କରାଣଥିଲା । ତେବେ ପୋଲିସ ଏଥିଲାଗି ଉଦ୍ୟମ କରି ପ୍ରାୟ ରାତି ୧ଟା ବେଳେ ଦୁଇ ଝିଅଙ୍କ ଲାଗି ନିକଟରେ ଏକ ଆଶ୍ରୟ ଗୃହ ଯୋଗାଡ କରିଥିଲେ । ସିଟି ଚାଇଲ୍ଡ ଲାଇନ କର୍ତ୍ତୁପକ୍ଷଙ୍କ ସହାୟତାରେ ତଥା ତତ୍ବାବଧାନରେ ଦୁଇ ଝି୍ଅ ସେଟାରେ ରହିଥିଲେ । ୧୩ ବର୍ଷର, ପୁଅକୁ ଧରି ବ୍ୟକ୍ତି ଜଣକ ନିକଟ ବର୍ତ୍ତୀ ଅଞ୍ଚଳରେ ଥିବା ଏକ ବର୍ଷାଆଶ୍ରୟ ସ୍ଥଳରେ ରାତି ବିତାଇଥିଲେ ।
ତେବେ ଏହି ଘଟଣାଟି ଏକ ବ୍ୟକ୍ତିଗତ ତଥା ପାରିବାରିକ ମାମଲା ହୋଇଥିବାରୁ କେଶ୍ ରୁଜ୍ଜୁ ହୋଇନଥିବା କହିଛନ୍ତି ଅଶୋକା ଗାର୍ଡେନ ଷ୍ଟେସନ ହାଉସ ଅଫିସର ଉମେଶ ଯାଦବ । ଏବେ ମହିଳାଙ୍କୁ ଡକାଇ କାଉନସେଲିଂ କରାଯାଇ ବିବାଦର ସମାଧାନ ଉଦ୍ୟମ ହେବ ବୋଲି କହିଛନ୍ତି ସେ ।