ଶାଶୁଙ୍କୁ ଅମାନବୀୟ ଭାବେ ଚୁଟି ଘୋଷାଡି ବାଡଉଛି ବୋହୁ ; ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ
8/06/2019 at 12:32 PM

ହରିୟାଣାର ନାରନୌଲ ଅଂଚଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବୟସ୍କ ମହିଳାଙ୍କୁ ଆଉ ଜଣେ ମହିଳା ଅମାନବୀୟ ଭାବେ ମାଡ ମାରୁଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବାପରେ ମହିଳା ଆୟୋଗ ଜିଲ୍ଲା ପୋଲିସ ଅଧିକ୍ଷକଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଘଟଣା ପରେ ପୋଲିସ ମଧ୍ୟ ସକ୍ରିୟ ହୋଇଯାଇଛି ।

ଘଟଣା ନାରନୌଲ ନିଵାଜନଗରର । ଜଣେ ବୋହୁ ନିଜ ଶାଶୁଙ୍କୁ ଏକ ଖଟିଆରେ ଶୁଆଇ ଅମାନବୀୟ ଭାବେ ମାଡ ମାରୁଛି । ବୋହୁ ଏତେ ନିର୍ଦୟୀ ଯେ, ବୃଦ୍ଧା ମହିଳାଙ୍କ ଗୋଡକୁ ଖଟିଆର ଦୁଇପଟେ ଜୋର ଜବରଦସ୍ତ ମୋଡି ଦେଉଛି । ବୃଦ୍ଧା ମହିଳା କଷ୍ଟରେ ଛଟପଟ ହେଉଛନ୍ତି । ହେଲେବି ବୋହୁକୁ କିଛି ଫରକ ପଡୁନି ।
ବୋହୁ ନିଜ ଶାଶୁକୁ ଏଭଳି ପାଶବିକ ଅତ୍ୟାଚାର କଲାବେଳେ ପଡୋଶୀରେ ରହୁଥିବା ଜଣେ ଯୁବତୀ ନିଜ ଫୋନରେ ଏହାକୁ ରେକଡିଂ କରିଥିଲେ । ଯୁବତୀ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି । ଯୁବତୀ ଦିଲ୍ଲୀରୁ ନିଜ ମାମୁଁ ଘରକୁ ଆସିଥିଲେ ।

ଅଭିଯୁକ୍ତ ମହିଳାଙ୍କ ପୁଅ ବିପୁଲ କହିଛନ୍ତି ଯେ, ତାଙ୍କ ମା ତାଙ୍କ ଜେଜେମାଙ୍କୁ ପଶୁ ଭଳି ମାଡ ମାରିଥିଲେ । କିନ୍ତୁ ଆଗକୁ ଆଉ ଏଭଳି ହେବନାହିଁ ବୋଲି ସେ କହିଛନ୍ତି । କାରଣ ତାଙ୍କ ମା ନିଜ ବାପା ଘରକୁ ଚାଲିଯାଇଛନ୍ତି ବୋଲି କହିଛନ୍ତି ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ବୃଦ୍ଧାଙ୍କ ସହ କଥାବାର୍ତ୍ତା କରିଥିଲା । ଘଟଣା ପରେ ବୃଦ୍ଧା ଡରି ଯାଇଛନ୍ତି । ସେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ, ପୋଲିସ ସହ ଠିକ ଭାବେ କଥା ମଧ୍ୟ ହୋଇପାରିନଥିଲେ ।
ମହିଳା ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପୋଲିସ ଅଧିକ୍ଷକ ଏହି ମାମଲାର ତଦନ୍ତ କରିବା ସହ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣାରେ ଏକ ମାମଲା ରୁଜ୍ଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମହିଳା ପୋଲିସ ଅଧିକାରୀ ।