ଦରମା ମାଗିବାରୁ ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ମହିଳାଙ୍କୁ ମାଡ : ଭିଡିଓ ଭାଇରାଲ

Published By : Prameya-News7 Bureau | May 13, 2019 IST

ନୋଏଡା ୧୩/୫ : ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରୁ ଅମାନୁଷିକତାର ଏକ ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି । ନୋଏଡାରେ ଜଣେ ମହିଳାଙ୍କୁ ଦରମା ମାଗିବାରୁ ମାଡ ମାରିଛନ୍ତି ଲୋକେ । ଉକ୍ତ ଘଟଣାର ଭିଡିଓ ମଧ୍ୟ ରେକଡିଂ କରାଯାଇଥିଲା । ଭିଡ ଭିତରେ କିଛି ଲୋକେ ମହିଳାଙ୍କୁ ବାଡ଼ିରେ ମାଡ ମାରୁଥିବା ଦେଖିବାକୁ ମିଳିଥିଲା । କିଛି ଲୋକ ମହିଳାଙ୍କ ଚୁଟି ଘୋଷାଡ଼ି ମଧ୍ୟ ମାଡ ମାରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

wp:core-embed/twitter {"url":"https://twitter.com/i/status/1127814335831535616","type":"rich","providerNameSlug":"twitter","className":""}
https://twitter.com/i/status/1127814335831535616
/wp:core-embed/twitter


ନୋଏଡା ନଲେଜ ପାର୍କ ନିକଟରେ ଘଟିଛି ଏହି ଅମାନୁଷିକ ଘଟଣା । ଗ୍ରେଟର ନୋଏଡାର ଏହି ଅଂଚଳ କାମର୍ସିଆଲ ହବ ଭାବେ ଜଣାଶୁଣା । ପୀଡିତା ଏକ ବିୟୁଟି ପାର୍ଲରରେ କାମ କରୁଥିଲେ । ମାସ ଶେଷରେ ଦରମା ଆଶାରେ ସେ ସେଠାରେ କାମ କରୁଥିଲେ । କିନ୍ତୁ ପାର୍ଲର ମାଲିକ ଠିକ ଭାବେ ଦରମା ଦେଉନଥିଲା । ମହିଳା ଯେତେବେଳେ ଦରମା ମାଗିବା ପାଇଁ ମାଲିକ ପାଖକୁ ଗଲେ, ସେତେବେଳେ ସେଠାରେ ଥିବା କିଛି ଲୋକ ତାଙ୍କୁ ଗାଳିଗୁଲଜ କରିଥିଲେ । କେବଳ ସେତିକି ନୁହଁ, କିଛି ଲୋକ ମହିଳାଙ୍କୁ ମାଡ ମାରିଥିଲେ । ଘଟଣା ଦିନ ଦ୍ବିପ୍ରହରରେ ରାସ୍ତାରେ ଘଟିଥିଲା । ସେହି ରାସ୍ତା ଦେଇ ଲୋକେ ମଧ୍ୟ ଯିବା ଆସିବା କରୁଥିଲେ । କିନ୍ତୁ ଲୋକେ ମହିଳାଙ୍କୁ ସୁରକ୍ଷା ଦେବା ଛାଡି ତାଙ୍କର ଭିଡିଓ ରେକଡିଂ କରୁଥିଲେ ।

{"id":111474}


ଲୋକଙ୍କ ମାଡରେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ପୀଡିତା ନଲେଜ ପାର୍କ ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିନି ପୋଲିସ । ଏନେଇ ନଲେଜ ପାର୍କ ପୋଲିସ ଏକ ଟ୍ୱିଟ କରିଛି । ଟ୍ୱିଟ ଅନୁଯାୟୀ, ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.