ସପ୍ତାହରେ ଥରେ ଗାଧୋଇବାକୁ ଭଲ ପାଆନ୍ତି ମହିଳା , ପାଣିର ଶବ୍ଦ ଶୁଣିଲେ ଦୌଡି ପଳାନ୍ତି

Published By : Prameya-News7 Bureau | November 29, 2021 IST

ନୂଆଦିଲ୍ଳୀ ୨୯।୧୧ : ସାଧାରଣତଃ ବାପା ମାଆମାନେ ନିଜ ପିଲାମାନଙ୍କୁ ନିଜର ନିତ୍ୟକର୍ମ କରିବାକୁ ଶିଖାଇଥାନ୍ତି । ଏହା ସହ ପ୍ରତିଦିନ ଗାଧୋଇବାକୁ କହିଥାନ୍ତି।  ଯେଉଁ ଦିନ ତାଙ୍କ ପିଲା ଗାଧୋଇବାକୁ ମନା କରେ, ବାପା ମାଆ ଉଭୟ ତାଙ୍କୁ ଗାଳି ଦିଅନ୍ତି । ବାସ୍ତବରେ, ଗାଧୋଇବା ଏକ ଭଲ କାର୍ଯ୍ୟ କାରଣ ପ୍ରତିଦିନ ଗାଧୋଇବା ଦ୍ବାରା ରକ୍ତ ସଠିକ୍ ଭାବରେ ପ୍ରବାହିତ ହୁଏ ଏବଂ ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଏହା ବ୍ୟତୀତ ଗାଧୋଇବା ଦ୍ବାରା ନିଜକୁ ସତେଜ୍‌ ତଥା ଫ୍ରେଶ୍‌ ଅନୁଭବ ଲାଗେ । ହେଲେ ଏଭଳି ଜଣେ ମହିଳା ଅଛନ୍ତି , ଯିଏ ସବୁ ଜିନିଷ ବ୍ୟତୀତ, ସପ୍ତାହରେ ଥରେ ଗାଧୋଇବାକୁ ଭଲ ପାଆନ୍ତି ।

ଇଂଲଣ୍ଡର ଡୋରସେଟରେ ରହୁଥିବା ଜଣେ ୪୯ ବର୍ଷର ନାଟାଲୀ କିଙ୍ଗ ଜଣେ ସ୍କୁଲ ଶିକ୍ଷୟତ୍ରୀ । ସେ ତାଙ୍କ ୪୫ ବର୍ଷ ବୟସ୍କ ପ୍ଲମ୍ବର ସ୍ୱାମୀ ଜାମିଙ୍କ ସହିତ ରୁହନ୍ତି । ସବୁଠାରୁ ବଡ କଥା ହେଉଛି ମହିଳାଙ୍କ ସ୍ୱାମୀ ଜଣେ ପ୍ଲମ୍ବର, ତଥାପି ସେ ପାଣି ଦେଖିଲେ ଦୌଡି ପଳାନ୍ତି ।  ଅନୁଯାୟୀ, ମହିଳା ସପ୍ତାହରେ ଥରେ ଗାଧୋଇ ଥାନ୍ତି ।  ଏନେଇ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ପାଇଁ ବହୁତ ସୁନ୍ଦର ବାଥରୁମ ତିଆରି କରିଛନ୍ତି। କିନ୍ତୁ ମହିଳା ଜଣକ ପ୍ରତିଦିନ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ । ନାଟାଲୀ ବିଶ୍ବାସ କରନ୍ତି ଯେ ମାନବ ଶରୀର ସହ ନିଜକୁ ସଫା କରେ, ତେଣୁ ପ୍ରତିଦିନ ଗାଧୋଇବାରେ କୌଣସି ପ୍ରକାରର ଲାଭ ନାହିଁ ।

ଯେତେବେଳେ ସେ ଛୋଟ ଥିଲେ, ଦାରିଦ୍ର୍ୟତା ହେତୁ ସପ୍ତାହରେ ଥରେ ତାଙ୍କ ମା ତାଙ୍କୁ ଗାଧୋଇ ଦେଉଥିଲେ । ତାଙ୍କର ଲମ୍ବା କେଶ ଧୋଇବା ବହୁତ କଷ୍ଟସାଧ୍ୟ ଥିଲା, ଏଥିପାଇଁ ସେ କ୍ୱଚିତ୍ ଗାଧୋଉଥିଲେ ।  ସେବେଠାରୁ ସେ କମ୍ ଗାଧୋଇବାର ଅଭ୍ୟାସ ରହିଗଲା । ଏଥିପାଇଁ ମହିଳାଙ୍କ ସ୍ୱାମୀ ଜାମି ମଧ୍ୟ ତାଙ୍କୁ ଗାଧୋଇବା ପାଇଁ ଚାପ ପକାନ୍ତି ନାହିଁ, ଯିଏ ନିଜେ ପ୍ରତିଦିନ ଗାଧୋଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.