ସନ୍ଦେହ ଘେରରେ ମହିଳାଙ୍କ ମୃତ୍ୟୁ, ନିଆଁ ଲାଗି ପୋଡିଯାଇଥିଲେ

Published By : Prameya-News7 Bureau | January 02, 2020 IST

ସୁବର୍ଣ୍ଣପୁର ୨।୧:  ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଭାଲୁଡୁମ୍ମୁରି ଗାଁରେ ମହିଳାଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି । ୨୫ ବର୍ଷ ବୟସ୍କା ସୁମିତ୍ରା ସାହୁଙ୍କର ନିଆଁ ପୋଡି ହୋଇ ମୃତ୍ୟୁ ହୋଇଛି । ତେବେ ସେ କିରିସିନି ଢାଳି ହୋଇ ନିଜେ ଆତ୍ମହତ୍ୟା କରିଥିବା ସୁମିତ୍ରାଙ୍କ ଶାଶୁଘର ଲୋକେ ସଫେଇ ଦେଇଛନ୍ତି ।

ବିଳମ୍ବିତ ରାତିରେ ଦେହରେ ନିଆଁ ଲାଗି ୮୦ ପ୍ରତିଶତ ପୋଡି ଯାଇଥିଲେ । ଫଳରେ ତାଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏ ପର୍ଯନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.