Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ପାଇଥିଲେ ଚାକିରୀ, ଏବେ ବିଦା କଲେ ଜିଲ୍ଲାପାଳ

31/01/2021 at 2:23 PM

ମାଲକାନଗିରି,୩୦/୦୧:  ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ୧୯୯୬ ମସିହାରେ ଜାଲ୍ ଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣି ହୋଇଥିଲେ । ପରେ ପ୍ରମୋସନ ପାଇ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା ଲଷ୍ମୀପ୍ରିୟା ବେହେରାଙ୍କୁ ରବିବାର ମାଲକାନଗିରି ଜିଲ୍ଲାପାଳ ଡ଼ଃ ୟେଦୁଲା ବିଜୟ ଚାକିରୀରୁ ବହିସ୍କୃତ କରିଛନ୍ତି।

ସୂଚନା ଅନୁସାରେ,  ଲକ୍ଷ୍ମୀପ୍ରିୟା କଳାହାଣ୍ଡି ଜିଲ୍ଲାର ମୂଳବାସିନ୍ଦା ହେଉଛନ୍ତି ଲଷ୍ମୀପ୍ରିୟା ବେହେରା । ସେ ଓବିସି ବର୍ଗର ହୋଇଥିବା ବେଳେ ଜାଲ ଆଦିବାସୀ ଜାତିଗତ ପ୍ରମାଣପତ୍ର ଦାଖଲ କରି ମାଲକାନଗିରି ଜିଲ୍ଲାରେ କନିଷ୍ଠ କିରଣୀ ଭାବେ ଚାକିରୀ କରିଥିଲେ। ନିକଟରେ ତାଙ୍କର ବରିଷ୍ଠ କିରାଣିକୁ ପଦୋନ୍ନତି ହୋଇଥିଲା।

ସେ ଜାଲ୍ ପ୍ରମାଣ ପତ୍ର ଦାଖଲ କରି ଚାକିରୀ କରିଥିବା ସମ୍ପର୍କରେ କେହି ଜଣେ ଆରଡିସିଙ୍କ ନିକଟରେ ଅଭିଯୋଗ କରିଥିଲେ।  ଏ ସମ୍ପର୍କରେ ତଦନ୍ତରୁ ଜାଲ୍ ଜାତିଗତ ପ୍ରମାଣପତ୍ର ପ୍ରମାଣ ମିଳିବାପରେ ଲଷ୍ମୀପ୍ରିୟାଙ୍କୁ ଜିଲ୍ଲାପାଳ ଚାକିରୀରୁ ବହିସ୍କୃତ କରିଛନ୍ତି । ଏହାସହ ଚାକିରୀ କାଳରେ ସରକାରଙ୍କଠାରୁ ପାଇଥିବା ଦରମା ବାବଦକୁ ଟଙ୍କା ପୈଠ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉପ ଜିଲ୍ଲାପାଳ  ଦୁର୍ଗା ପ୍ରସାଦ ଦୋରା ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ବହିସ୍କୃତ କିରାଣି ଲଷ୍ମୀପ୍ରିୟା ଛୁଟିରେ ଥିବାରୁ ତାଙ୍କର ମତାମତ ମିଳି ପାରିନାହିଁ।

   Related Posts