ଫ୍ୟାନ୍‌ରେ ଝୁଲୁଥିଲା ମହିଳା ସବ୍ ଇନ୍ସପେକ୍ଟରଙ୍କ ମୃତଦେହ, ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି- ‘ଏହା ମୋ କର୍ମ ଫଳ’

Published By : Prameya-News7 Bureau | January 02, 2021 IST

ବୁଲନ୍ଦସହର ୨।୧: ଉତ୍ତରପ୍ରଦେଶ ବୁଲନ୍ଦସହରରେ ୟୁପି ପୋଲିସର ଜଣେ ମହିଳା ଅଧିକାରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ରହୁଥିବା ଭଡା ଘରେ ମହିଳା ସବ୍ ଇନ୍ସପେକ୍ଟରଙ୍କ ମୃତଦେହ ଫ୍ୟାନ୍ ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ମୃତ ସବ୍ ଇନ୍ସପେକ୍ଟର ହେଉଛନ୍ତି ଆରଜୁ ପଓ୍ବାର । ଅନୁପ ସହର କୋଲଓ୍ବାଲି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ମହିଳା ସବ୍ ଇନ୍ସପେକ୍ଟର ରହୁଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘର ମାଲିକ ସକାଳ ୭ଟା ବେଳେ ଖାଇବା ପାଇଁ ପଚାରିବାକୁ କିଛି ସମୟ ପରେ ଆସୁଛି ବୋଲି କହିଥିଲେ । ମାତ୍ର ସେ ନଆସିବାରୁ ଘର ମାଲିକ ତାଙ୍କ ରୁମ୍ ରେ ଯାଇ ଦେଖିଥିଲେ ତ ତାଙ୍କ ମୃତଦେହ ଫ୍ୟାନ୍ ରେ ଝୁଲୁଥିଲା । ଘର ମାଲିକ ଏହା ଦେଖି ତୁରନ୍ତ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିଲା । ଯେଉଁଥିଲେ ସବ୍ ଇନ୍ସପେକ୍ଟର ଲେଖିଥିଲେ ଯେ, ଏହା ମୋ କର୍ମର ଫଳ ।

ଉଲ୍ଲେଖଯୋଗ୍ୟ ଯେ, ଆରଜୁ ପାଓ୍ବାର ୨୦୧୫ ବ୍ୟାଚ୍ ର ଏସଆଇ ଥିଲେ । ସେ ସାମଲିର ବାସିନ୍ଦା ଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.