Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଳନ୍ତା ଟ୍ରେନ୍ ରେ ମହିଳାଙ୍କ ଷ୍ଟଣ୍ଟ

4/09/2018 at 2:43 PM

ଚଳନ୍ତା ଟ୍ରେନ୍ ରେ ମହିଳାଙ୍କ ଷ୍ଟଣ୍ଟ, ସାହସ ନୁହେଁ ତ ପୁରା ବିପଜ୍ଜନକ | ମୁମ୍ବାଇର ଏକ ଚଳାନ୍ତା ଟ୍ରେନ୍ ରେ ମହିଳାଙ୍କ ଏପରି ଷ୍ଟଣ୍ଟର ଭିଡିଓ ଏବେ ଭାଇରାଲ | ଦେଖୁନ୍ତି ଏହି ଭିଡିଓ | ମହିଳା ଜଣକ କିପରି ଫୁଟବୋର୍ଡ ରଡ୍ କୁ ଧରି ବାହାରକୁ ଓହଳିଛନ୍ତି | କେବଳ ଓହଳି ରହିନାହାନ୍ତି, ଅତିକ୍ରମ କରୁଥିବା ରେଳ ଖୁଣ୍ଟି ଗୁଡାକୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି |ଶୁକ୍ରବାର ରାତି ୧୧.୩୦,ମୁମ୍ବାଇର ରିଏ ରୋଡ୍ ଏବଂ କଟନଗ୍ରୀନ୍ ଷ୍ଟେସନ ମଧ୍ୟରେ ଲୋକାଲ ଟ୍ରେନ୍ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା | ମହିଳା ଜଣକ କିଛି ସାଙ୍ଗଙ୍କ ସହ ସାଧାରଣ ବଗିର ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିଲେ । ଆଉ ଯାତ୍ରା ବେଳେ ହିଁ ସେ ଏପରି ଷ୍ଟଣ୍ଟ କରିଥିଲେ | ସେତିକିରେ ସରିନଥିଲା ତାଙ୍କ ଷ୍ଟଣ୍ଟ | ଷ୍ଟେସନରେ ଟ୍ରେନ୍ ରହିବା ଆଗରୁ ଚଳନ୍ତା ଟ୍ରେନ୍ ରୁ ବି ପ୍ଲାଟଫର୍ମ ଉପରକୁ କୁଦା ମାରିଥିଲେ ମହିଳା ଜଣକ | ସୌଭାଗ୍ୟକୁ ତାଙ୍କର କିଛି ହୋଇନି | କିନ୍ତୁ ସହ ଯାତ୍ରୀମାନେ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ |ଅଘଟଣ ଆଶଙ୍କାରେ ସମସ୍ତେ ଉଦବିଘ୍ନ ଥିଲେ | କିନ୍ତୁ ମହିଳା ଜଣକ କାହାକୁ ପରୱା ନକରି, କରିଚାଲିଥିଲେ ଷ୍ଟଣ୍ଟ | ଭିଡିଓ ଭାଇରାଲ, କିନ୍ତୁ ପୋଲିସ ଏବେ ସୁଦ୍ଧା ସେହି ମହିଳାଙ୍କ ପତ୍ତା ପାଇନି |

   Related Posts