Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କାନପୁରରେ ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଟ୍ରାଫିକ୍ କଟକଣାରେ ଫଶି ଚାଲିଗଲା ମହିଳାଙ୍କ ଜୀବନ

26/06/2021 at 7:49 PM

କାନପୁର ୨୬।୬: ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁ କାନପୁରରେ ଟ୍ରାଫିକ କଟକଣା ଓ ଏଥିଲାଗି ହୋଇଥିବା ଡାଇଭର୍ସନରେ ଫଶି ଶନିବାର ଜନୈକ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଭାରତୀୟ ଉଦ୍ୟୋଗ ସଂଘ (ଆଇଆଇଏ) ସ୍ଥାନୀୟ ୟୁନିଟ ସଭାପତି ବନ୍ଦନା ମିଶ୍ର ଥିଲେ। ଟ୍ରାଫିକରେ ଅଟକି ରହିଥିବା ବେଳେ କରୋନା ଜନିତ ଜଟିଳତା ଯୋଗୁ ସେ ପ୍ରାଣ ହରାଇଥିବା କୁହାଯାଉଛି।

ଘଟଣା ଲାଗି କାନପୁର ନଗର ପୋଲିସ କମିଶନର ଟ୍ୱିଟରରେ ଦୁଃଖ ପ୍ରକଟ କରିବା ସହ ବନ୍ଦନା ମିଶ୍ରଙ୍କ ଲାଗି ଶୋକ ପ୍ରକାଶ କରିଛନ୍ତି। ଘଟଣା ଲାଗି ପୋଲିସ ବିଭାଗ ପକ୍ଷରୁ ସେ କ୍ଷମା ନିବେଦନ କରିଥିବା ବେଳେ ଏହା ତାଙ୍କ ଲାଗି ଏକ ବଡ଼ ଶିକ୍ଷା ବୋଲି ଟ୍ୱିଟ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ଏହା ସହ ପୋଲିସ କମିଶନରେଟ୍‌ ନାଗରିକଙ୍କୁ ଏହା ମଧ୍ୟ ଆଶ୍ୱସ୍ଥ କରିଛନ୍ତି ଯଦି ଭବିଷ୍ୟତରେ ଏପରି କୌଣସି ପଦକ୍ଷେପ ନେବାକୁ ପଡେ ରୁଟ ସିଷ୍ଟମକୁ ଏପରି କରାଯିବ ଯେପରେ ଲୋକେ କମ୍‌ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଯେପରି ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ହୁଏ ଏହାହିଁ ଏହାର ମୁଖ୍ୟ ଉଦେଶ୍ୟ ହେବ ବୋଲି କମିଶନର କହିଛନ୍ତି।

କାନପୁର ପୋଲିସ ପକ୍ଷରୁ ଏକ ଅନ୍ୟ ଟ୍ୱିଟ୍‌ ବାର୍ତ୍ତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ବନ୍ଦନାଙ୍କ ପରଲୋକରେ ଦୁଃଖ ବ୍ୟକ୍ତ କରିଥିବା ସୂଚିତ କରିଛନ୍ତି। ଘଟଣା ସମ୍ପର୍କରେ ତଥ୍ୟ ଜାଣିବା ଲାଗି ରାଷ୍ଟ୍ରପତି ଜିଲ୍ଲାଧିକାରୀ ଓ କାନପୁର ପୋଲିସ କମିଶନରଙ୍କୁ ଫୋନ କରିଥିବା ବେଳେ ଶୋକ ସନ୍ତପ୍ତ ପରିବାରଙ୍କୁ ତାଙ୍କର ସମବେଦନା ଜଣାଇବାକୁ କହିଥିବା ଉଲ୍ଲେଖ କରାଯାଇଛି। ସେପଟେ ସବଇନିସପେକ୍ଟର ସୁଶୀଲ କୁମାର ଓ ଅନ୍ୟ ୩ ଜଣ ପୋଲିସ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଯାତାୟାତ ଅଟକାଇ ରଖିବା କାରଣରୁ ଚାକିରୀରୁ ନିଲମ୍ବନ କାରଯାଇଛି। ମାମଲା ଯାଞ୍ଚ ଲାଗି ଅତିରିକ୍ତ ଡିସିପି ସାଉଥଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି।  

   Related Posts