Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଅମାନବୀୟ : ଥାନାରେ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ ପୋଲିସ କର୍ମଚାରୀ, ପ୍ରାଇଭେଟ୍ ପାର୍ଟରେ ଲାଗିଛି ଆଘାତ

5/09/2019 at 11:01 AM

ଗୁରୁଗ୍ରାମ ୫।୯: ହରିୟାଣା ଗୁରୁଗ୍ରାମରେ ପୋଲିସ ଅମାନବୀୟ ଚେହେରା ପୁଣି ସାମ୍ନାକୁ ଆସିଛି । ଆସାମର ଜଣେ ମହିଳାଙ୍କୁ ଥାନା ଭିତରେ ନିର୍ବସ୍ତ୍ର କରି ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୩୦ବର୍ଷୀୟ ମହିଳା ଡିଏଲଏଫ ସେକ୍ଟର ୧ରେ ସହାୟିକା ଭାବା େକାମ କରୁଥିଲେ । ମହିଳାଙ୍କ ଉପରେ ଚୋରି ଅଭିଯୋଗ ଆଣି ଘରର ମାଲିକ ଥାନାକୁ ନେଇ ଯାଇଥିଲେ । ଥାନାରେ ପୋଲିସ ସଂପୃକ୍ତ ମହିଳାଙ୍କୁ ଅମାନବୀୟ ଭାବେ ପିଟିଥିବା ନେଇ ଅଭିଯୋଗ ହୋଇଛି । ଏପରିକି ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ମଧ୍ୟ ଆଘାତ ଲାଗିଥିବା ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି ।

ଏଭଳି ଘଟାଣା ସାମ୍ନାକୁ ଆସିବା ପରେ ଗୁରୁଗ୍ରାମ ପୋଲିସ କମିଶନର ଏହାର ବିଭାଗୀୟ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ୪ ପୋଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଜିଏଲଏଫ ଫେଜ୍- ୧ ଷ୍ଟେସନ ଅଫିସଙ୍କୁ ମଧ୍ୟ ଯାଞ୍ଚ ବେଳେ ହାଜର କରାଯାଇଛି ।

ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ଯାଞ୍ଚ ଅଧିକାରୀ ଏବଂ ଏଏସଆଇ ମଧୁବାଲା ପୀଡିତା ମହିଳାଙ୍କୁ ଥାନାକୁ ଡକାଇଥିଲେ । ଏହାପରେ ତାଙ୍କୁ ଗୋଟିଏ ରୁମ୍ ରେ ବନ୍ଦ କରିଦେଇଥିଲେ । ପୋଲିସ କର୍ମଚାରୀମାନେ ତାଙ୍କୁ ନିର୍ବସ୍ତ୍ର କରି ଅମାନବୀୟ ଭାବେ ପିଟିଥିଲେ । ମାଡ ମାରିବା ସହ ମହିଳାଙ୍କୁ ଚୋରି କରିଥିବା ନେଇ ସ୍ବୀକାର କରିବାକୁ ଚାପ ପକାଯାଉଥିଲା । ଅଭିଯୋଗ ଅନୁସାରେ ମହିଳାଙ୍କୁ ବେଲ୍ଟ ସାହାଯ୍ୟରେ ମାଡ ମରାଯାଇଥିଲା । ମାମଲା ସାମ୍ନାକୁ ଆସିବା ପରେ କିଛି ସଂଗଠନ ଏହାକୁ ବିରୋଧ କରିଛନ୍ତି । ଲୋକମାନେ ଗୁରୁଗ୍ରାମ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ବିକ୍ଷୋଭହ ପ୍ରଦର୍ଶନ କରିଥିଲେ । ଏହି ମାମଲାରେ ଗୁରୁଗ୍ରାମ ପୋଲିସ ପିଆରଓ କହିଛନ୍ତି ଯେ, ଅଭିଯୋଗ ହେବା ପରେ ୪ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ୪ କର୍ମଚାରୀ ହେଉଛନ୍ତି ଏଏସଆଇ ମଧୁବାଲା, ଏସଏଚଓ ସ୍ବେତ କୁମାର, ହେଡ୍ କନଷ୍ଟେବଳ ଅନୀଲ କୁମାର, ମହିଳା କନଷ୍ଟେବଳ କବିତା । ଏମାନଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସୂଚନା ଅନୁସାରେ ନୂଆ ଏସଏଚଓ ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗର ଯାଞ୍ଚ କରିବେ ।

   Related Posts