ଶ୍ବଶୁରଘର ଲୋକେ ବନ୍ଦ କରିଦେଲେ କବାଟ, ମା ଓ ଭାଇକୁ ସାଂଗରେ ନେଇ ଶ୍ବଶୁର ଘର ଆଗରେ ଅନଶନରେ ବସିଲେ ମହିଳା… ତା’ପରେ କଣ ହେଲା ପଢନ୍ତୁ

Published By : Prameya-News7 Bureau | November 20, 2018 IST

ଜୟପୁର ୨୦|୧୧: ଶ୍ବଶୁର ଘର ପିଣ୍ଢାରେ ବସି ନ୍ୟାୟ ମାଗୁଛି ବୋହୁ।ହେଲେ ନ୍ୟାୟ ଦେବେ କଣ ବୋହୁକୁ ଘର ମଧ୍ୟକୁ ବି ପ୍ରବେଶ କରାଇ ଦେଇନଥିଲେ ଶ୍ବଶୁର ଘର ଲକେ। ହେଲେ ବୋହୁ ବି ଛାଡିବା ଲୋକ ନୁହେଁ। ନିଜ ଭାଇ ଓ ମାଆକୁ ଡାକି ଶଶୁର ଘର ସାମ୍ନାରେ ଧାରଣାରେ ବସିଲା।ତଥାପି  ଶ୍ବଶୁର ଘର ଲୋକେ କବାଟ ଖୋଲିଲେନି। ରାସ୍ତାରେ ଯାଉଥିବା ଲୋକେ ବାଟ କାଟି ଚାଲି ଯାଉଥିଲେ ।ସେପଟେ ସ୍ବାମୀ ସବୁ ଦେଖୁଥିଲା କିନ୍ତୁ କିଛି କରୁନଥିଲା । ବରଂ ନିଜ ସ୍ତ୍ରୀ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରୁଥିଲା।ଏମିତି କିଛି ଘଟଣା ଘଟିଛି ଜୟପୁର ନୂଆଁ ସାହିରେ।ଶେଷରେ ପୋଲିସ ଏଥିରେ ହସ୍ତକ୍ଷେପ କରିବା ପରେ ବୋହୁକୁ ଘରେ ପ୍ରବେଶ କରାଇଥିଲେ ଶ୍ବଶୁରଘର ଲୋକେ। ବାହା ଘରର ୧୦ ବର୍ଷ ପରେ ବି ଶ୍ବଶୁରଘର ଲୋକେ ନିର୍ଯ୍ୟାତନା ଦେଉଥିଲେ । ଏବେ ଆଉ  ଘରେ ବି ପୁରାଇ ଦେଉ ନାହାଁନ୍ତି ବୋଲି କହିଥିଲେ ପି. ବସନ୍ତା । ଘଣ୍ଟା ଘଣ୍ଟା ଧରି ସେ ଏପରି ଶଶୁର ଘର ସାମ୍ନାରେ ବସିଥିଲେ ବି ଶଶୁର ଘର ଲୋକେ କବାଟ ଖୋଲିନଥିଲେ।ଆଉ ଘର ବାହାରେ ଥାଇ ସ୍ବାମୀ ପି.ଦୂର୍ଗା ସମସ୍ତ ଘଟଣା ଦେଖୁଥିବା ବେଳେ ନିଜ ସ୍ତ୍ରୀଙ୍କ ବିରୋଧର ପ୍ରସ୍ତୁତ କରୁଥିଲେ ଲମ୍ବା ଅଭିଯୋଗର ପତ୍ର।ଅଭିଯୋଗ ଅନୁସାରେ ନବରଂଗପୁରର ପି.ବସନ୍ତା ଜୟପୁରର ପି.ଦୂର୍ଗା ରାଓଙ୍କୁ ୧୦ ବର୍ଷ ତଳେ ବାହା ହୋଇଥିଲେ।ହେଲେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ପିଲା ଛୁଆ ବି ନାହାଁନ୍ତି।ତେଣୁ ପ୍ରତି ମାସରେ ତାଙ୍କର ଚିକିତ୍ସା ପାଇଁ ଟଂକା ଖର୍ଚ୍ଚ ହେଉଥିବାରୁ ଶାଶୁ ଘର ଲୋକ ଏଥିରେ ଅମଂଗ।ଆଉ ଏହି କାରଣରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ଯୌତୁକ ଆଣିବାକୁ ଶଶୁର ଘର ଲୋକ ଦାବୀ କରୁଥିବା ଅଭିଯୋଗ କରିଛନ୍ତି ବୋହୁ ପି.ବସନ୍ତା। ସେପଟେ ବୋହୁ ବି ନଛୋଡ ବନ୍ଧା।ଶାଶୁ ଘର ଲୋକ କବାଟ ନଖୋଲିବା ପର୍ଯ୍ୟନ୍ତ ସେ ବି ଘର ସାମ୍ନାରେ ଧାରଣାରେ ବସିବା ଜିଦରେ ଅଟଳ।ଆଉ ଏମିତି ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବା ପରେ ପୋଲିସ ଏଥିରେ ହସ୍ତକ୍ଷେପ କରିଥିଲା।ଉଭୟଙ୍କୁ ଟାଉନ ଥାନା ଆଣି କାଉନସେଲିଂ କରିବା ପରେ ଶାଶୁ ଘର ଲୋକେ ବୋହୁକୁ ଘରେ ପ୍ରବେଶ କରାଇଥିଲେ ।କିନ୍ତୁ ବୋହୁ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ।ତାଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ବୋହୁ ହିଁ ମାନସିକ ଭାରସ୍ୟାମ ହରାଇ ଘର ଲୋକଙ୍କୁ ମାରିବା ସହ କାମୁଡି ଦେଉଥିବା ଅଭିଯୋଗ କରିଥିଲେ।ତେବେ ଏ ନେଇ ଶାଶୁ ଘର ଲୋକ କେମେରା ସାମ୍ନାରେ ମୁହଁ ଖୋଲୁନଥିବା ବେଳେ ଆଗକୁ ଶାଶୁ ଘର ଲୋକେ ବୋହୁକୁ ନିର୍ଯ୍ୟାତନା ଦେଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ। ପୋଲିସ ହସ୍ତକ୍ଷେପ ପରେ ଶାଶୁ ଘର ଲୋକ ସିନା ବୋହୁକୁ ଘରେ ପ୍ରବେଶ କରାଇ ଦେଲେ , ହେଲେ ଛାଡପତ୍ର ପାଇଁ ସ୍ବାମୀ ସ୍ତ୍ରୀକୁ ନୋଟିସ ପଠାଇଥିବାରୁ ସ୍ତ୍ରୀ ବସନ୍ତା ଶାଶୁ ଘରେ କେତେ ଦିନ ରହି ପାରିବେ ତାକୁ ନେଇ ଆଂଶକା ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.