Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିବାହିତ ପ୍ରେମିକ ଘର ଆଗରେ ବିବାହିତା ପ୍ରେମିକାଙ୍କ ଧାରଣା, ପ୍ରେମ ଓ ପ୍ରତାରଣାର ଅଭିଯୋଗ ନେଇ ଥାନାରେ ମାମଲା

2/06/2020 at 1:21 PM

ମହାକାଳପଡା ୨।୬: ପ୍ରେମ କରି ଫସିଗଲେ ମହିଳା । ବିବାହିତ ମହିଳା ଜଣଙ୍କ ବିବାହିତ ପୁରୁଷଙ୍କୁ ପ୍ରେମ କରି ମହିଳା ଜଣଙ୍କ ଫସିଯାଇଛନ୍ତି । ସ୍ବାମୀ ଦାବି କରି ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ୩ ଦିନ ଧରି ଧାରଣାରେ ବସିଛନ୍ତି ମହିଳା । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ରାମନଗର ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ପଶ୍ଚିମବଙ୍ଗ ଅଞ୍ଚଳର । ସେ ଜମ୍ବୁ ଥାନା ରାମନଗର ଗ୍ରାମରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ରାମନଗର ଗ୍ରାମର ଜନୈକ ଯୁବକଙ୍କ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା ।

ମହିଳା ଜଣଙ୍କ ପଶ୍ଚିମବଙ୍ଗ କୋଲକତା ଯାଇଥିବା ବେଳେ ସେଠାରୁ ଜନୈକ ଯୁବକଙ୍କ ସହିତ କେଉଁଆଡେ ପଳାଇ ଯାଇଥିଲେ । ଏ ନେଇ ଗତବର୍ଷ ମେ’ ୧ ତାରିଖରେ ମହିଳାଙ୍କ ସ୍ବାମୀ ଥାନାରେ ସ୍ତ୍ରୀ ନିଖୋଜ ସଂପର୍କରେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରାୟ ଏକ ବର୍ଷ ହେବ ଦୁଇ ଜଣଙ୍କ ପତ୍ତା ମିଳିନଥିଲା ।

ଗତ ରବିବାର ଦିନ ମହିଳାଙ୍କୁ ଜନୈକ ଯୁବକ ଆଣି ଗାଁରେ ଛାଡି ଚମ୍ପଟ ମାରିଥିଲେ । ମହିଳା ଜଣଙ୍କ ଜମ୍ବୁ ଥାନାରେ ଅଭିଯୋଗ କରିଛନ୍ତି ଯେ, ଜନୈକ ଯୁବକ ବିବାହର ପ୍ରତିଶ୍ରୁତି ଶାରିରୀକ ସଂପର୍କ ରଖିଥିଲେ । ଫଳରେ ସେ ସନ୍ତାନଙ୍କୁ ଛାଡି ଚାଲିଯାଇଥିଲେ ।

ଅନ୍ୟପଟେ ମହିଳାଙ୍କ ଶ୍ବଶୁର ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

   Related Posts