ସ୍ତ୍ରୀ ଦେଲେ ଚେତାବନୀ : ବିନା ଦୋଷରେ ମୋ ସ୍ବାମୀଙ୍କୁ କାହିଁକି ଜେଲ୍ ପଠାଇଲ, ମରିବା ଯାଏଁ ଧାରଣା ଦେବି…

Published By : Prameya-News7 Bureau | December 19, 2020 IST

ବାରଙ୍ଗ ୧୯।୧୨: ସ୍ବାମୀଙ୍କୁ ବିନା ଦୋଷରେ ଜେଲ୍ ପଠାଇଛନ୍ତି ବାରଙ୍ଗ ଥାନା ଅଧିକାରୀ । ଏପରି ଅଭିଯୋଗ ଆଣି ମରିବା ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଧାରଣା ଦେବାର ଧମକ ଦେଇଛନ୍ତି ବାରଙ୍ଗ ଥାନା ଜୟପୁର ଗାଁର ଜନୈକ ମହିଳା ।

ସୂଚନାଯୋଗ୍ୟ ଯେ, ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗାଁର ଜନୈକ ମହିଳା ଶନିବାର ବାରଙ୍ଗ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ମହିଳାଙ୍କ କହିବା ଅନୁସାରେ ଥାନା ଅଧିକାରୀ ତାଙ୍କ ସ୍ବାମୀଙ୍କୁ ଗତ ୮ଦିନ ତଳେ ବିନା କାରଣରେ ୩୦୭ଦଫା ଲଗାଇ ଜେଲ୍ ପଠାଇଛନ୍ତି । ଫଳରେ ସେ କିଛି ଉପାୟ ନପାଇ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ଯଦି ଥାନା ଅଧିକାରୀ ତାଙ୍କ କଥା ନ ଶୁଣନ୍ତି ତେବେ ସେ ଥାନା ସମ୍ମୁଖରେ ଆତ୍ମାହୂତୀ ଦେବାକୁ ଧମକ ଦେଇଛନ୍ତି । 

ଅନ୍ୟପଟେ ଥାନା ଅଧିକାରୀ କହିଛନ୍ତି, ମହିଳାଙ୍କ ସ୍ବାମୀ ଅନ୍ୟ ଲୋକଙ୍କ ସହ ଗଣ୍ଡଗୋଳ କରୁଥିଲା । ସେଥିପାଇଁ ତାଙ୍କୁ ଜେଲ୍ ପଠାଇ ଦେଇଛନ୍ତି । ଜିଲ୍ଲା କୋଭିଡ୍ ଦାୟୀତ୍ବରେ ଥିବା ମୁଖ୍ୟ ଚିକିତ୍ସକ ସାଫଲ୍ୟ ମହାକୁଡ କହିଛନ୍ତି ଶୁକ୍ରବାର ବେଲଗଛିଆ ଗାଁରେ କୋଭିଡ୍ ଟେଷ୍ଟିଂ କରାଯାଉଥିଲା । ଜନୈକ ମହିଳାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ମହିଳା ଏବେ ସ୍ବତନ୍ତ୍ର କୋଠରୀରେ ଚିକିତ୍ସିତି ହେବା ଜରୁରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.