Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ବଶୁରଙ୍କ ଟଙ୍କା ଚୋରି କରି ପ୍ରେମିକକୁ ଦେବାକୁ ଚାହୁଁଥିଲେ ବୋହୂ : କ୍ରାଇମ୍ ପେଟ୍ରୋଲ୍ ଦେଖି ବାହାର କଲେ ଅଦ୍ଭୁତ ଉପାୟ

28/04/2019 at 2:58 PM

ଉଜ୍ଜୈନ ୨୮/୪: ମଧ୍ୟପ୍ରଦେଶର ଉଜ୍ଜୈନରେ ଚୋରିର ଏକ ବିଚିତ୍ର ଘଟଣା ସାମନାକୁ ଆସିଛି। ଏଠାରେ ମିର୍ଚିମାଳା କ୍ଷେତ୍ରରେ ଜୋତା-ଚପଲ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଟଙ୍କା ଚୋରି ହୋଇଥିଲା। ଏହି ଟଙ୍କା ଆଉ କେହି ନୁହେଁ ବରଂ ତାଙ୍କ ଘରେ ରହୁଥିବା ତାଙ୍କ ବୋହୂ ଚୋରି କରିଥିଲେ। ତାଙ୍କୁ ପରେ ଗିରଫ କରାଯାଇଥିଲା। ଯାଞ୍ଚରୁ ଜଣା ପଡ଼ିଥିଲା ଯେ ଅଭିଯୁକ୍ତ ବୋହୂ ଟଙ୍କା ଚୋରି କରି ତାଙ୍କ ଘର ସମ୍ମୁଖରେ ରହୁଥିବା ତାଙ୍କ ପ୍ରେମିକକୁ ଦେଉଥିଲେ।

ସୂଚନା ଅନୁଯାୟୀ ଅଭିଯୁକ୍ତ ବୋହୂ ପାଖାପାଖି ୨୦ଦିନ ଆଗରୁ ନିଜ ଶ୍ବଶୁରଙ୍କ ଆଲମାରିରୁ ୧୨ଲକ୍ଷ ଟଙ୍କା ଚୋରି କରିଥିଲେ। ପୋଲିସ୍ ଏହି ଟଙ୍କା ତାଙ୍କ ପ୍ରେମିକଙ୍କ ଘରୁ ଜବତ କରିଥିଲେ। ମହିଳାଙ୍କ ସହ ତାଙ୍କ ପ୍ରେମିକଙ୍କୁ ମଧ୍ୟ ଗିରଫ କରାଯାଇଛି।

ଶ୍ବଶୁରଙ୍କା ନାଁ ପୁରୁଷୋତ୍ତମ ଲାହୋରୀ। ସେ ଇନ୍ଦୋର ଏବଂ ଉଜ୍ଜୈନରେ ଜୋତା-ଚପଲ ବ୍ୟବସାୟ କରନ୍ତି। ତାଙ୍କ ଘରୁ ବାରମ୍ବାର ଟଙ୍କା ଗାୟେବ ହେଉଥିଲା। କିନ୍ତୁ ପ୍ରଥମ ପ୍ରଥମ ସେ ଏହାକୁ ନଜରଅନ୍ଦାଜ କରୁଥିଲେ। କିନ୍ତୁ ପାଖାପାଖି ୩ମାସ ପୂର୍ବରୁ ତାଙ୍କର ୭ଲକ୍ଷ ୯୦ହଜାର ଟଙ୍କା ଗାୟେବ ହୋଇଥିଲା ସେତେବେଳେ ତାଙ୍କୁ ଲାଗିଥିଲା ଯେ ଘରର କେହି ସଦସ୍ୟ ଏଥିରେ ସାମିଲ ରହିଛି। ସେ ବଦନାମି ଡରରେ ପୋଲିସଙ୍କଠାରେ ଅଭିଯୋଗ କରିନଥିଲେ।

ଏହାପରେ ପୁଣି ଥରେ ୮-୯ ଅପ୍ରେଲ୍ ମଧ୍ୟରେ ତାଙ୍କ ଆଲମାରିରୁ ୧୨ଲକ୍ଷ ଟଙ୍କା ଗାୟେବ ହୋଇଯାଇଥିଲା। ଏହାପରେ ଖାରାକୁଆଁ ଥାନାରେ ଏହି ମାମଲାରେ ଅଭିଯୋଗ କରିଥିଲେ। ସେ କହିଥିଲେ ସେହି ସମୟ ମଧ୍ୟରେ ତାଙ୍କ ଘରକୁ ବାହାରର କେହି ଲୋକ ଆସିନଥିଲେ କି ପରିବାରର କେହି ସଦସ୍ୟ ବାହାରକୁ ଯାଇନଥିଲେ। କୈାଣସି ବାହାର ବ୍ୟକ୍ତି ଏପରି କାମ କରି ପାରିବ ନାହିଁ।

ପୋଲିସ୍ ଏ ମାମଲାରେ ତଦନ୍ତ କରିବାରୁ ଜଣା ପଡ଼ିଥିଲା ଯେ ତାଙ୍କ ବୋହୂ ନେହା ଦୋଷୀ। ବୋହୂଙ୍କୁ ପଚରାଉଚୁରା କରିବାରୁ ସେ ସତ ମାନିଯାଇଥିଲେ। ସେ କହିଥିଲେ ଯେ ସେ ଘର ସାମନାରେ ରହୁଥିବା ଇମତିଆଜଙ୍କୁ ଟଙ୍କା ଦେଉଥିଲେ। ଏହାପରେ ମହିଳାଙ୍କ ସହ ତାଙ୍କ ପ୍ରେମିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟଙ୍କୁ  ଶନିବାର କୋର୍ଟରେ ହାଜିର କରାଯିବା ପରେ ଜେଲ୍ ପଠାଇ ଦିଆଯାଇଛି।

ଯାଞ୍ଚରୁ ଆହୁରି ମଧ୍ୟ ଜଣା ପଡ଼ିଥିଲା ଯେ ବୋହୂ ୭ମାସ ହେବ ଚୋରି କରି ଆସୁଥିଲେ। ଏବଂ ଏଥିପାଇଁ ସେ ନିଜ ପେଟିକୋର୍ଟର ବ୍ୟବହାର କରୁଥିଲେ। ଏହି ପେଟିକୋର୍ଟରେ ଟଙ୍କା ରଖି ନିଜ ପ୍ରେମିକଙ୍କୁ ଦେବାକୁ ଯାଉଥିଲେ। କାହାକୁ ସନ୍ଦେହ ନ ହେବାପାଇଁ ସେ ତାଙ୍କ ପେଟିକୋର୍ଟରେ ପକେଟ କରିଥିଲେ।

ଅପ୍ରେଲ୍ ୮ତାରିଖରେ ତାଙ୍କ ଶାଶୁ ଗାଧୋଇବାକୁ ଯାଇଥିବାବେଳେ ସେ ଆଲମାରିରୁ ଟଙ୍କା ବାହାର କରିଥିଲେ। ତାଙ୍କୁ ପଚରାଉଚୁରା କରିବାରୁ ଜଣାପଡ଼ିଲା ଯେ ସେ ଏହି ଉପାୟ କ୍ରାଇମ୍ ପେଟ୍ରୋଲ୍ ଦେଖି ବାହାର କରିଥିଲେ। ଅଭିଯୁକ୍ତ ମହିଳାଙ୍କ ବିବାହର ୪ବର୍ଷ ବିତିଯାଇଛି। ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି।

   Related Posts