Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସୀମା ଟପିଲା ନୃଶଂସତା : ଅନଲାଇନ୍ କ୍ଲାସ୍‌ରେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେନି ୬ଷ୍ଠ ଶ୍ରେଣୀ ଛାତ୍ରୀ, ପେନସିଲରେ ଖୋବି ଝିଅକୁ କାମୁଡି ପକାଇଲା ମା’

24/10/2020 at 2:54 PM

ମୁମ୍ବାଇ ୨୪।୧୦: ଏମିତି ମା’ ଜଗତେ ନାହିଁ । ଅନଲାଇନ୍ କ୍ଲାସ୍ ରେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲାନି ୬ଷ୍ଠ ଶ୍ରେଣୀ ଛାତ୍ରୀ । ନାବାଳିକା ଝିଅକୁ ପେନସିଲରେ ଖୋବିଦେଲା ମା’ । ଆହୁରି ମଧ୍ୟ କାମୁଡିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରେ ।

କରୋନା କଟକଣା ପାଇଁ ସ୍କୁଲ ବନ୍ଦ ରହିଛି । ସଂକ୍ରମଣ ରୋକିବାକୁ ସରକାର ସ୍କୁଲ ବନ୍ଦ ରଖିଥିବାରୁ ପିଲାଙ୍କ ଭବିଷ୍ୟତ ଚିନ୍ତା କରି ଅନଲାଇନ୍ କ୍ଲାସ୍ ର ବ୍ୟବସ୍ଥା କରିଛନ୍ତି । ଅନଲାଇନ୍ କ୍ଲାସରେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ନଦେଇପାରିବାରୁ ଜଣେ ୩୫ ବର୍ଷ ବୟସ୍କ ମହିଳା ନିଜ ୧୨ ବର୍ଷର ଝିଅକୁ ପେନସିଲରେ ଖୋବିଦେଇଛନ୍ତି । ଆହୁରି ମଧ୍ୟ ବହୁଥର କାମୁଡି ବି ପକାଇଥିବା ଜଣାପଡିଛି । ବୁଧବାର ଦିନ ମୁମ୍ବାଇରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସଂପୃକ୍ତ ନାବାଳିକାଙ୍କ ବଡ ଭଉଣୀ ଏସବୁ ଘଟଣା ଦେଖିବା ପରେ ଚାଇଲ୍ଡ ହେଲ୍ପ ଲାଇନ୍ ନମ୍ବରକୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ ।

ଏଭଳି ଅଭିଯୋଗ ପାଇବା ପରେ ଏନଜିଓର ଦୁଇ ଜଣ ପ୍ରତିନିଧି ସଂପୃକ୍ତ ନାବାଳିକାଙ୍କ ଘରେ ପହଞ୍ଚିଥିଲେ । ନାବାଳିକାଙ୍କ ମା’ଙ୍କ ସହ ଦେଖା ହୋଇ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମହିଳା ଜଣଙ୍କ ଦେଖାଦେଇନଥିଲେ । ଫଳରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୋଲିସ ଏପର୍ଯ୍ୟନ୍ତ ମହିଳାଙ୍କୁ ଗିରଫ କରିନଥିଲା ସୂଚନା ମିଳିଛି ।

   Related Posts