Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଜନ୍ମ ଦିନ ଭୋଜି ଖାଇଥିଲେ, ଏବେ କୋଭିଡ୍‌ ହସ୍ପିଟାଲ୍‌ ଗଲେ : ଝାରସୁଗୁଡାରେ ସଂକ୍ରମିତ ମହିଳାଙ୍କ ଠାରୁ ୧୭ଜଣଙ୍କୁ ଡେଇଁଲା କରୋନା

22/06/2020 at 10:27 AM

ଝାରସୁଗୁଡା ୨୨।୦୬: ସାରାଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରଙ୍କୁ ତରଫରୁ ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ କିଛି ଲୋକ କୋଭିଡ୍‌ ନିୟମ ଓ କଟକଣାକୁ ମାନିବା ପରିବର୍ତ୍ତେ ଅମାନିଆ ଭାବେ ଉଲ୍ଲଂଘନ କରୁଛନ୍ତି । ନିୟମ ପାଳନ କରିବା ପରିବର୍ତ୍ତେ ବାହାଘର ବାର୍ଷିକୀ ଭୋଜି ଓ ଜନ୍ମ ଉତ୍ସବ ପାଳନ କରିଥିଲେ । ସଂକ୍ରମିତ ମହିଳାଙ୍କ ଠାରୁ ଅନେକ ଜଣଙ୍କୁ କରୋନା ସଂକ୍ରମିତ ହୋଇଛି । ଝାରସୁଗୁଡା ଜିଲ୍ଲାରେ ଏହିପରି ଘଟଣା ଏକ ଦେଖିବାକୁ ମିଳିଛି । ଝାରସୁଗୁଡାରେ ହୋମ କ୍ବାରେଣ୍ଟାଇନରେ ଥାଇ ମଧ୍ୟ ଜନ୍ମ ଉତ୍ସବ ପାଳିବା ଓ ବିବାହ ଉତ୍ସବରେ ଯୋଗଦେବା ସମସ୍ତଙ୍କ ପାଇଁ ଚିନ୍ତା ବଢାଇଛନ୍ତି । ଏକାଦିନରେ ଜିଲ୍ଲାରୁ ବାହାରିଛନ୍ତି ୨୫ଜଣ କରୋନା ଆକ୍ରାନ୍ତ। ଗତକାଲି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୪୬ ପାର ହୋଇଥିଲା । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମକୁ ଉଲଂଘନ କରିବାରୁ ଦୁଇଟି ପରିବାରର ମୁଖ୍ୟଙ୍କ ନାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓପିଏମ କଲୋନୀରେ ଗତକାଲି ୧୭ଜଣ କରୋନା ପଜିଟିଭ ଚିହ୍ନଟ ହେବା ଏହାର କାରଣ ଖୋଜିଥିଲା ଜିଲ୍ଲା ପ୍ରଶାସନ । ଗୁରୁଗ୍ରାମରୁ ଜଣେ ମହିଳା ନିଜ ସ୍ୱାମୀ ଓ  ପୁଅଙ୍କ ସହ ଆସି ମହିଳାଙ୍କ ମାମୁ ଘରେ ରହିଥିଲେ । କୋଭିଡ଼ ନିୟମ ମୁତାବିକ ସମସ୍ତଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା । ମହିଳା ଆସି ବ୍ରଜରାଜନଗର ଓପିଏମ କଲୋନୀରେ ହୋମ କ୍ବାରେଣ୍ଟାଇନରେ ଥିଲେ । ତେବେ ଏହି ମହିଳା ଜଣକ କୋଭିଡ ନିୟମ ନମାନି ବାହାରିବା ସହ ପୁଅର ଜନ୍ମ ଉତ୍ସବ ଆୟୋଜନ କରିଥିଲେ ।

ପୁଣି ସେହି ଅଞ୍ଚଳରେ ଅନ୍ୟ ଜଣେ ପରିବାର ମଧ୍ୟ ବିବାହର ୨୫ବର୍ଷ ପୂର୍ତ୍ତି ପାଳନ କରି ଭୋଜି ଆୟୋଜନ କରିଥିଲେ ।ଯାହାଫଳରେ କରୋନା ସଂକ୍ରମଣ ବ୍ୟାପିବାରେ ସହଯୋଗ ହୋଇଥିଲା । ଏଥିରୁ ସଂକ୍ରମଣ ବ୍ୟାପିଥିବା ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ଏହି ୨ପରିବାର ବିରୋଧରେ ମାମଲା ରୁଜୁ କରିଛି । ସେପଟେ ବ୍ରଜରାଜନଗର ସ୍ଥିତ MCL ର ଓରିଏଣ୍ଟ ଜିଏମ କାର୍ଯ୍ୟାଳୟ ସିଲ କରାଯାଇଛି । ଆଜିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଅଫିସ କାର୍ଯ୍ୟାଳୟ କୁ ପ୍ରଵେଶ ବାରଣ କରାଯାଇଛି । ଜଣେ କରୋନା ସଂକ୍ରମିତ MCL ର ଓରିଏଣ୍ଟ ଜିଏମ କାର୍ଯ୍ୟାଳୟ କୁ ଯାଇଥିବାରୁ ଏପରି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

   Related Posts